Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

2.2  

Sukanti Hotta

Inspirational

ସମୟ

ସମୟ

1 min
705


ସମୟ କାହାକୁ ଅପେକ୍ଷା କରେନି

ସମୟ ସାଥିରେ ଆମେ

ସମୟ ହାତର ଖେଳନା ଯେ ଆମେ

ଶିଖାଏ ସମ୍ପର୍କର ମାନେ l

ସମୟ ପଛକୁ ଫେରି ଆସେନି

ରଖିଯାଏ କିମ୍ବଦନ୍ତୀ

ହସଲୁହର ସଂସାର ଭିତରେ

ମିଛେମିଛେ ଘାଣ୍ଟିହୋନ୍ତି l

ଘଣ୍ଟାର ଦୁଇ କଣ୍ଟା ଶିଖାଏ

ସୁଖଦୁଃଖର ଏ ଜୀବନ

ପାଣିଫୋଟକାର ଏହି ଜୀବନରେ

ସମୟ ଶିଖାଏ ଜ୍ଞାନ l

ସମୟ ସୁଅରେ ସବୁ ଭାସିଯାଏ

ରହିଯାଏ ଖାଲି ଚି଼ହ୍ନ

ଧନ ସମ୍ପତି ରୂପ ଯୌବନ

ସବୁ କିଛି ମୂଲ୍ୟହୀନ l

ହାତ ପ୍ରସାରି ସମୟକୁ କିଏ

ଧରିତ ପାରିବା ନାହିଁ

ଖାଲି ରହିଯିବ କଲା କର୍ମମାନ

ଯୁଗଯୁଗର ପାଇଁ l

ଅତୀତ ବର୍ତମାନ ଭବିଷ୍ୟତ କଥା

ସମୟହିଁ କହିଥାଏ

ପ୍ରେମ ସ୍ନେହ ଭକ୍ତି ଏକତାର ଜ୍ଞାନ

ସମୟ ଶିଖାଇ ଦିଏ l



Rate this content
Log in

Similar oriya poem from Inspirational