STORYMIRROR

Kalyani Nanda

Inspirational

3  

Kalyani Nanda

Inspirational

ସମୟ ,ଜୀବନ ଆଉ ମନ

ସମୟ ,ଜୀବନ ଆଉ ମନ

1 min
256

ସମୟ


ସେ ଚାଲିଛି


ନଈ ପରି ବହି ଚାଲିଛି


ଅତି ଦ୍ରୁତ ତା ଗତି


ଭଲ, ମନ୍ଦ, ସୁଖ, ଦୁଃଖ ,


ବାଧା,ବିଘ୍ନ, ସବୁ କିଛି


ସାଥେ ନେଇ ବଢି ଚାଲିଛି


ସମୟ ,ଯିଏ କେବେ ଅଟକି ଯିବା ଶିଖିନାହିଁ ।


ଜୀବନ


ଜୀବନ ବି ବନ୍ଧା ତା ସାଥେ


ସେ ବି ଦୌଡୁଛି ତା ସାଥେ ସାଥେ


ଅବିରାମ ,ଅବିରତ


ଜନ୍ମ ରୁ ମୃତ୍ଯୁ ଯାଏ


ସମୟ ସାଥେ ଜୀବନର ଗତି


ଅଟକି ଯାଏନି ସମୟ


ଘଡି ର ଘଣ୍ଟା, କଣ୍ଟା


ସବୁ କିଛି ଟିକ୍ ଟିକ୍ କରି ବଢୁଥାଏ


ଘଡି ର ଟିକ୍ ଟିକ୍ ବନ୍ଦ ହେଲେ


ହୃଦୟର ଧକ୍ ଧକ୍ ବନ୍ଦ ହେଲେ


ଜୀବନ ଥମି ଯାଏ


ହେଲେ ସମୟ ,ସେମିତି ଆଗକୁ ବଢୁଥାଏ ।


ସମୟ ସାଥେ ଯେବେ


ଜୀବନ ଆଗେଇ ଯାଏ


ଅବା ଥମି ଯାଏ , ପଛକୁ ଫେରି ଚାହେଁ


ଜୀବନ ର ଆଗେଇବା, ଅବା ରହିଯିବା


ଜୀବନ ରେ ହାରିବା, ଜିତିବା


ନିର୍ଭର କରେ, ସମୟ ସାଥେ ଚାଲିବାରେ ।


ମନ


ମନ ଚଂଚଳ, ଅସ୍ଥିର, ଅଧୀର


ଡେଣା ମେଲି ଉଡି ବୁଲେ ଇତସ୍ତତଃ


ସମୟ ପରି, ମନର ବେଗ ବି ଦ୍ରୁତ


ହେଲେ ସ୍ଥିର ମନଟି ଚାହିଁଲେ


ଖୁସିର ଛୋଟ ଛୋଟ ମୁହୂର୍ତ୍ତ


ସାଉଁଟି ନେଇ ,ବିଂଚି ଦେଇ ପାରେ କୋଟି କୋଟି ପ୍ରାଣେ


ତେବେ, ସେଇଠି ହିଁ ସମୟ ଓ ଜୀବନ ର ମୂଲ୍ଯ ନିରୂପିତ ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational