Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Ranjan patra

Fantasy Others

3  

Smruti Ranjan patra

Fantasy Others

ସମୟ ଅଟକେ ଦରଦୀ ମନରେ

ସମୟ ଅଟକେ ଦରଦୀ ମନରେ

1 min
159


ମୁଠାଏ ଆଶାକୁ ପଣତେ ସାଉଁଟି 

        କରିଛି ସୁଖର ଅପେକ୍ଷା,

ସମୟ ଶେଯରେ ପଡି ମୁଁ ରହିଛି 

        ମରଣ କରୁଛି ଉପେକ୍ଷା। 


ଲହରିତ ହୁଏ ବିଦଗ୍ଧ ଯାତନା

        ଚୁଲିରେ ଜଳଇ ସପନ,

ଅନ୍ତଃସତ୍ତ୍ବା ମୋର ହୃଦୟର କୋହ 

        ମୃଦୁ ମୃଦୁ କରେ ଦହନ। 


ବେଳେ ମତୁଆଲା କୁହୁଡି ମଖା ସେ 

        ବସନ୍ତ ବିଭାର ଶ୍ଯାମଳ,

ଜୀବନ ଜଳଧି ଉର୍ମିଳା ଭାଙ୍ଗୁଛି 

        କେବେ ସେ ଯାତନା କରାଳ। 


ସମୟ ଅଟକେ ଦରଦୀ ମନରେ 

        ମଦମତ୍ତ ହୁଏ ଅତୀତ,

ଅନୁଭବୀ ସିନା ଅନୁଭୂତୀ ଜାଣେ 

        ଯନ୍ତ୍ରଣା ଜର୍ଜର ବିଗତ। 


କଳରାବ ଦିଏ ଜୀବନ ଘଡିଟା 

        ଝଡି ଆସୁଥାଏ ଶେଫାଳି,

ଚୁନାଚୁନା ମାଣେ କୁଆଁରୀ ପିପାସା 

         ଚଇତି ଆକାଶ ବର୍ଣ୍ଣାଳି।       


Rate this content
Log in

Similar oriya poem from Fantasy