ସ୍ମୃତିର ସୁମନ
ସ୍ମୃତିର ସୁମନ
ପ୍ରେମର ସାଗର ଉଲ୍ଲୋଳିତ ହୁଏ
ରୋମାଞ୍ଚରେ ଭରେ ତନୁ।
ସ୍ମୃତିର ସୁମନ ବାସ ଚହଟାଏ
ଦେହରେ ଖେଳଇ ଭାନୁ।
ଶୀତଳ ସମୀର କରଇ ଚାମର
ନହୁଅଇ ଉପସମ।
ବେଦନା ବିଧୂର ମଧୂପର ସ୍ୱର
ଜଳାଏ ପ୍ରିୟାର ପ୍ରାଣ।
ମନେ ମନେ ଲୋଡେ ମଧୁର ପରଶ
ଓଠରେ ମୁରୁକି ହସ।
ବର୍ଷାର ଆଗମେ ପିଆସୀ ହୃଦର
ଶୋଷ ହୋଇଯାଏ ଶେଷ।

