STORYMIRROR

Chinmayee Panda

Romance

2  

Chinmayee Panda

Romance

ସ୍ମୃତିର ସୁମନ

ସ୍ମୃତିର ସୁମନ

1 min
325


ପ୍ରେମର ସାଗର ଉଲ୍ଲୋଳିତ ହୁଏ

ରୋମାଞ୍ଚରେ ଭରେ ତନୁ।

ସ୍ମୃତିର ସୁମନ ବାସ ଚହଟାଏ

ଦେହରେ ଖେଳଇ ଭାନୁ।

ଶୀତଳ ସମୀର କରଇ ଚାମର

ନହୁଅଇ ଉପସମ।

ବେଦନା ବିଧୂର ମଧୂପର ସ୍ୱର

ଜଳାଏ ପ୍ରିୟାର ପ୍ରାଣ।

ମନେ ମନେ ଲୋଡେ ମଧୁର ପରଶ

ଓଠରେ ମୁରୁକି ହସ।

ବର୍ଷାର ଆଗମେ ପିଆସୀ ହୃଦର

ଶୋଷ ହୋଇଯାଏ ଶେଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance