STORYMIRROR

Narendra Sunani

Abstract

4  

Narendra Sunani

Abstract

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
228


ପ୍ରକୃତି ଭରା ସରଳ ଜୀବନ

        ମାନବ ଦେହେ ଉଚ୍ଛନ୍ନ

ସମ୍ପର୍କ ଏକ ଗଙ୍ଗଶିଉଳିର

         ପତ୍ର ପରି ପ୍ରତିଦାନ

ସମ୍ପର୍କ ଏକ ସରସତା ର

         ଚିହ୍ନେଇ ଦିଏ ମହାନ

ସୁତରାଂ ସମ୍ପର୍କର ନଦୀ ତୀରେ

         ଗଙ୍ଗା ତଥା ତୁଳସୀ ଝରେ ।


ଯହିଁ ନାହିଁ ସମ୍ପର୍କର ଦଉଡ଼ି

          କିବା ରହିବ ଉଚ୍ଛ୍ୱାସ

ସମ୍ପର୍କ ହିଁ ପୂର୍ଣ୍ଣକରେଟି କଉଡ଼ି

        ମହତ ବିର୍ଯ୍ୟର ଦେଶ

ବୁଦ୍ଧି ତଥା ମହତ ଉଦ୍ଦେଶ୍ୟର

        ଶୀର୍ଷେ ସମ୍ପର୍କ ହିଁ ସାର

ସୁତରାଂ ସମ୍ପର୍କର ଝରେ ।


ଅମଳିନ ସମ୍ପର୍କ ଥିଲେ ହସ୍ତେ

       ଭୟ କିବା ଦୁରୁଜନେ

ସମ୍ପର୍କ ହିଁ ନବନିର୍ମାଣ କରେ

       ତଡ଼ି ବିଷାଦର ପ୍ରାଣେ

ଧନ୍ୟ କୃଷ୍ଣ ସୁଦାମାଙ୍କ ସମ୍ପର୍କ

       ଇତିହାସେ ବିଦ୍ୟମାନ

ସୁତରାଂ ସମ୍ପର୍କର ଝରେ ।


ଅମୃତର ସନ୍ତାନ ଏ ମାନବ

          ବିଶ୍ଵାସେ ପାଏ ଅମୃତ

ସେ ଅମୃତର ଅଭାବେ ଦାନବ

          ସର୍ବେ ହେଲେ ହନ୍ତସନ୍ତ

ଆହାଃ ରେ ମଣିଷ ସମ୍ବନ୍ଧ ଥିଲେ

       କ୍ଲାନ୍ତିରୋଗ ଯାଏ ଭଲେ

ସୁତରାଂ ସମ୍ପର୍କର ଝରେ ।


ସମ୍ପର୍କ ହିଁ ମରଣ ମୁହଁରେ ଯେ

        ଦେଇ ପାରେ ଗଙ୍ଗାଜଳ

ସମ୍ପର୍କ ବିନା ଜୀବନ ନିଃସ୍ଵ ଯେ

         କିବା ଭୁଞ୍ଜିପାରେ ଫଳ

ମାତାପିତା ଭାଇଭଉଣୀ ସୁତା

         ସର୍ବେ ସମ୍ପର୍କରେ ଦେଖା

ସୁତରାଂ ସମ୍ପର୍କର ଝରେ ।


ସମ୍ପର୍କକୁ ଛିନ୍ନ କରି ନ ପାରି

       ଜଗନ୍ନାଥ ବଳରାମ

ବନ୍ଦୀ ଯେ ଗୁଣ୍ଡିଚା ସ୍ନେହଡୋରିରେ

        ଆହାଃ ସେ ଦୃଶ୍ୟ ଦେଖରେ

ମାଆ ଆଖିରୁ ମମତାର ଲୁହ

       ପୋଛିବା ପାଇଁ ସେ ବିଜେ

ସୁତରାଂ ସମ୍ପର୍କର ଝରେ ।


ସଂସାର ରୂପକ ବିଷ ଜ୍ଵାଳାରୁ

         ରକ୍ଷା ପାଇବା ପାଇଁଟି

ଦୁଃଖି ରଙ୍କିଙ୍କ ସେବା ଓ କୀର୍ତ୍ତନ

         ଉପାୟ ହିଁ ଉତ୍ତମଟି

ଏବେରୁ ଲାଗି ପଡରେ ମଣିଷ

         ଧର୍ମନ୍ୟାୟ ସେବା ପାଇଁ

ସୁତରାଂ ସମ୍ପର୍କର ଝରେ ।


Rate this content
Log in

Similar oriya poem from Abstract