Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kalinga kanya

Romance Tragedy

3  

kalinga kanya

Romance Tragedy

ସମ୍ପର୍କର ଅଭିନୟ

ସମ୍ପର୍କର ଅଭିନୟ

1 min
424



ଖୁବ ମନେପଡ଼େ ପିଞ୍ଜରା ଭିତରର ଛଟପଟ ହେଉଥିବା- 

ଅଥଚ ବାହାରେ ଉଡ଼ିବାର ଶକ୍ତିହୀନତା ଅବା-

କଟାଯାଇଥିବା ପରର ଵିଵଶ ଆଖି |

ସବୁକିଛି ତ' ଠିକ ଥିଲା- ବୋଧ ହୁଏ ?

ହଁ, ଲୋକେ କୁହନ୍ତି !

ଲାଗୁଥିଲା ଅବା ଦିଶୁଥିଲା କି ଖାଲି?

କୋଳେଇ ନେବାବେଳେ ଅନୁଭବ ହୋଇଥିବା ତୃପ୍ତି-

ହାତର ସ୍ପର୍ଶରେ ଝରି ପଡୁଥିବା ସ୍ନେହ-

ଆତ୍ମାତୃପ୍ତି ହେବା ଭଳି ଚାହାଣୀ-

ନିକଟତର ହେବାବେଳର ପରିପୂର୍ଣ୍ଣତା-

ମନଖୋଲା ହସରେ ଥିବା ଆକର୍ଷଣ,

ଆଜୀବନ ବନ୍ଧୁତାର ପ୍ରତିଶ୍ରୁତି ଥିଲା ଫମ୍ପା ହାଣ୍ଡିର ଶବ୍ଦ ?

ଆଉ ନୁହେଁ...

ତୁମ ଆକୁଳତାର ବେଦନାରେ ଅସହ୍ୟ ଆଜି ଗଗନ ପବନ,

ଚାଲିଯାଅ ତୁମେ ବିକଳ ମନର ଗତିରେ-

ଉଡ଼ିବା ଭୁଲି ନଥିବା ଡ଼େଣାକୁ ଝାଡ଼ି,

ଖୋଲା ଦରଜାର ଅଦୃଶ୍ୟ ଶିକୁଳି ଖୋଲି-

ବହୁଦୂର ଦିଗବଳୟର ବକ୍ଷକୁ |

ସବୁ ବନ୍ଧନ, ସ୍ନେହ, ପ୍ରେମକୁ ଆଜି ପଛରେ ପକେଇ- 

ଛାଡ଼ିଦିଅ ସେ ମିଛ ସମ୍ପର୍କର ଅଭିନୟକୁ |



Rate this content
Log in

Similar oriya poem from Romance