ସମାଜ ଆମର ଆମେ ସମାଜର
ସମାଜ ଆମର ଆମେ ସମାଜର
ସମାଜ ଆମର ଆମେ ସମାଜର
ଏକଥା ଭୁଲିବା ନାହିଁ
ମନ ପ୍ରାଣ ଦେଇ ସାଇତି ରଖିବା
ସଭିଏଁ ଭଉଣୀ ଭାଇ।
ଯିଏ ଯେଉଁ ଠାରେ କରନ୍ତୁ ନା ବାସ
ସେଇ ଟି ତା ଭିଟା ମାଟି
ତା ପାଣି ପବନ ତା ସଲିଳ ଦାନ
ଅଭୁଲା ସଦା ଥିବଟି।
ସେଇ ମାଟି ମାଆ ପାଳିଛି ସରାଗେ
ପ୍ରଥା ପରମ୍ପରା ଦେଇ
ତା ପାଇଁ କି କିଛି କରିବାକୁ ହେବ
ମନରୁ ଭୁଲିବା ନାହିଁ।
ପରିବେଶ ତାର ସବୁଜିମା କରି
ସାଇତି ଜଳ ସମ୍ପଦ
ମାଟିଠୁ ଆକାଶ ରଖିବା ନିର୍ମଳ
ପ୍ରତି ସ୍ଥଳ ଜନ ପଦ।
ସମସ୍ତେ ଭାବିବା ସମାଜ ଆମର
ଆମେ ମଧ୍ୟ ସମାଜର
ଗାଆଁ ଠୁ ସହର ହସିବରେ ଭାଇ
ଭାବିବା ସବୁ ନିଜର।