ସଇସ
ସଇସ
ଇଚ୍ଛାଘୋଡାର ଲଗାମ
ଏବେ ମୋ ହାତମୁଠାରେ ।
ମୁଁ ଚାହିଁଲେ ପକ୍ଷୀରାଜ ବନିଯାଏ
ନଚାହିଁଲେ ପରବର୍ତ୍ତୀ ହୁକୁମ୍ ପାଇଁ
ଖୁରାରେ ସେ ମୁହୁର୍ମୁହୁ
ପୃଥ୍ୱୀକୁ ବିଦାରେ ।
ବରଂ ଚତୁର୍ମାସ୍ୟା ଯାଉଚାଲି
ତୋ ଆକାଶକୁ
ପ୍ରସ୍ତୁତ କରିନେ ଆଉଥରେ ,
ଯେକୌଣସି ମୁହୂର୍ତ୍ତରେ
ଘୋଡାଚଢି ପହଞ୍ଚିବି ,
ତୁ ହିଁ ଏକା ଜାଣୁ
ବିନା ମେଘରେ ମୁଁ
ଇନ୍ଦ୍ରଧନୁ ରଚିପାରେ
ତୋ' ଆକାଶରେ ।