Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jasobanta Sethi

Others

4.7  

Jasobanta Sethi

Others

ସର୍ତ୍ତ

ସର୍ତ୍ତ

1 min
1.6K


ସର୍ତ୍ତ 

••••

          ଯଶୋବନ୍ତ ସେଠୀ 


    ସବୁ ସର୍ତ୍ତରେ ତୋର ମୁଁ 

     ନିଃସର୍ତ୍ତ ହଁ ଭରିଥିଲି ,

     ମୋର ଅପାରଗତାକୁ

     ପଛ ପକେଟ୍‌ରେ ପୂରାଇ

   ଅସମ୍ଭବ ପ୍ୟାଣ୍ଟ୍-ସାର୍ଟ୍ ମାନଙ୍କୁ ମୋ

      ଅଲୁଗୁଣିରେ ଟଙ୍ଗାଇ ,

       ବିନା ଡେଣାରେ ମୁଁ 

       ଆକାଶରେ ଉଡିଥିଲି ,

       ପହଁରା ନଜାଣି ମଧ୍ୟ 

    ତୋରି ପାଇଁ ପାଣିରେ ପହଁରିଥିଲି ।



      ଆଉ କ'ଣ ସର୍ତ୍ତ ଅଛି କହ !

     ମାନିବାକୁ ପ୍ରସ୍ତୁତ ମୁଁ ଅହରହ ।

         କିନ୍ତୁ ଏହା ସତ୍ୟ --

     ସର୍ତ୍ତ--ନିଃସର୍ତ୍ତର ଏହି ଲୁଚକାଳି ଖେଳରେ

       ଜିତିଛି ମୁଁ , ହାରିଛୁ ତୁ'

  ପୁରସ୍କାର ବଦଳରେ ପାଇଛି ମୁଁ କୋହ 

ହେଲେ ହେଉ ପଛେ ତୋ ବିରହ ଦୁର୍ବିସହ ।


          •••••••••

        


 


Rate this content
Log in

More oriya poem from Jasobanta Sethi