STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

ଶ୍ରୀହରି କୀର୍ତ୍ତନ

ଶ୍ରୀହରି କୀର୍ତ୍ତନ

1 min
349

ଜୟ ଜୟ ଗୋବିନ୍ଦ ଗୋପାଳ ବନମାଳୀ l

ଜୟ ଶ୍ରୀନନ୍ଦ ଯଶୋଦା ଗୋପର ଗୁଆଳି ll


ନମଃ ଯାଦବ ମାଧବ ନମଃ ହୃଷୀକେଶ l

ଚେତା ବୁଡ଼ି ଯିବ ଦେଖି ନଟବର ବେଶ ll


ଅଚ୍ୟୁତ ମୁରାରୀ ହରି ନମଃ ନାରାୟଣ l

ଉଡେ଼ ନୀଳଚକ୍ରେ ନେତ ପତିତ କେତନ ll 


ଜୟ ଶ୍ରୀକୃଷ୍ଣ କେଶବ ଜୟ ଗୋପୀନାଥ l

ମଥୁରାକୁ ଗଲେ କରି ଗୋପୀଙ୍କୁ ଅନାଥ ll


ନମଃ ମହାବିଷ୍ଣୁ ପ୍ରଭୁ ବୈକୁଣ୍ଠ ବିହାରୀ l

ଦୂଷଣ ଦୂରେ ପଳାଏ ସ୍ମରଣରେ ହରି ll


ଦେବକୀନନ୍ଦନ ପ୍ରଭୁ ଯଶୋଦା ଦୁଲାଳ l

ରାସ ରଚେ ବୃନ୍ଦାବନେ କଦମ୍ବ ତମାଳ ll


ନମଃ ଶଙ୍ଖ ଚକ୍ରଧାରୀ ଶ୍ରୀବାସୁଦେବାୟଃ l

ଜୟ ଶ୍ରୀରାଧା ମାଧବ ଜୟ କେଶବାୟଃ ll


ନମଃ ରାଧାଈଶ ନମଃ ରାସେଶ୍ୱରୀ ରାଧା l

ରାଧା ବିନୁ ଗୋଲୋକମଣ୍ଡଳେ ରାସ ଅଧା ll


ହରେକୃଷ୍ଣ ହରେକୃଷ୍ଣ ରାମ ହରେ ହରେ l

ମହା ମନ୍ତ୍ର ସ୍ମରଣରେ ସର୍ବ ପାପ ହରେ ll


ନମଃ ପଦ୍ମ ନାଭ ପ୍ରଭୋ ଦଶ ଅବତାର l

ନାଭି କମଳରୁ ବ୍ରହ୍ମା ହୋଇଲେ ବାହାର ll


କୃପାଣ ପରଶୁ ହସ୍ତେ ପର୍ଶୁରାମ ବୀର l

ନିକ୍ଷେତ୍ରୀ କରିଲ ପୃଥ୍ଵୀ ଏକବିଂଶ ବାର ll


ନମସ୍ତେ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧା ମୂରତୀ l

କଳିକାଳେ ନୀଳାଚଳେ ରଚିଲ ବସତି ll


ଧାମ ତଵ ଅଟେ ନାଥ ମର୍ତ୍ତ୍ୟ ବଇକୁଣ୍ଠ l

ତଵ ନିର୍ମାଲ୍ୟ ଗ୍ରାସରେ ପୂରିଯାଏ ପେଟ l


ବଙ୍କିମ ଅଧରେ ହସ କେଡ଼େ ଶୋଭାବନ l

ସର୍ବାଙ୍ଗେ ବୋଳା ତୋହର ଶ୍ରୀଖଣ୍ଡ ଚନ୍ଦନ ll


ନମଃ ନମଃ ଚକାନେତ୍ର ନମଃ ଆଦିକନ୍ଦ l

ନମଃ ଖୋଳ କରତାଳ ନମଃ ଭକ୍ତବୃନ୍ଦ ll


ନମସ୍ତେ ହରି ହରାୟେ ଦାରୁ କଳେବର l

ପାଦ ପଙ୍କଜରେ ନାଥ କୋଟିଏ ଜୁହାର ll


ନମଃ କ୍ଷୀରୋଦବିହାରୀ ନମଃ ଜଗଦୀଶ l

 ଚରଣେ ଶରଣ ତଵ ଦାସ ଅନୁଦାସ ll



Rate this content
Log in

Similar oriya poem from Inspirational