STORYMIRROR

ରାକେଶ ମହାପାତ୍ର

Romance Fantasy

3  

ରାକେଶ ମହାପାତ୍ର

Romance Fantasy

ସେକ୍ସ ଆଣ୍ଡ ରିଲାକ୍ସ

ସେକ୍ସ ଆଣ୍ଡ ରିଲାକ୍ସ

1 min
306

#ସେ #ଆସିନଥିବା #ରାତି


ଦିନ ଯାକର ଜଞ୍ଜାଳ ସାରି

ସଞ୍ଜରେ ସଜେଇ ହେଲି 

ଗଜରା ଲଗାଇଲି

କାଜଲ ଲଗାଏ

ତାଙ୍କ ପସନ୍ଦର ପର୍ପଲ କଲର

ବିନ୍ଦି ଲଗାଇ

ଅଲାଜୁକି ଆଇନାକୁ ବହେ ଦେଖେ

ପୁଣି ମନେ ପଡେ

କୁଆଡେ ମୋ ପାଉଁଜିର ଶବ୍ଦ ତାଙ୍କୁ

ଆନମନା କରେ,

ଉଦ୍ଧତ କରାଏ,

ମଦହୋସ କରାଏ |

ଦି ପାଦରେ ବାନ୍ଧିଦିଏ

ପାଉଁଜି ଦିହଳ

ସିଲ୍କ ଶାଢୀ ସହ

ମହର୍ଷି ରଜନୀଶଙ୍କ

ସେକ୍ସ ଆଣ୍ଡ ରିଲାକ୍ସ

ବିସ୍ତୃତ ଭାବନାକୁ ଭାବୁଥାଏ ଆହୁରି କେତେ କଣ…


ତାଙ୍କ ଆସିବାରେ ବିଳମ୍ବ 

ମୋତେ ହତାଶ କରୁଥାଏ, ଆଘାତ ଦଉଥାଏ

ସେମିତି ଫୁଙ୍ଗୁଳା ହୋଇ

ଦେହ ସିହାଂସନ

ଶୂନଶାନ ପଡିଥାଏ

ମଲା ପରି ପଡିଥାଏ 

ତମ୍ବା ରଙ୍ଗର ନାରୀଟିଏ

ବେଡରୁମରେ

ଅସ୍ତବ୍ୟସ୍ତ ହେଉଥାଏ ରାତି

ଝରି ପଡୁଥାଏ ଛାତି ତଳୁ ନିଆଁ ଓ ପାଉଁଶ

ଚାପି ହେଇଯାଏ ଦୁଃଖ ସବୁ

ଲୁଣି ମାରିଯାଏ ଓଠ ତଳର ସମ୍ଭାବନା

ନିଗିଡି ଯାଏ ଲୁହ, ଲହୁ 

ଅର୍ଦ୍ଧ ଆର୍ଦ୍ର ଇଚ୍ଛା ସବୁ ମୁର୍ଦ୍ଦାର ପାଲଟିଯାଆନ୍ତି ।


ମୋ ଘର ସେଇଟି

ଯୋଉଠି ଚାଲେ

ସବୁଦିନିଆ କିଣାବିକାର କାରବାର 

ସେ ବଜାରରେ

ସେ ପାଲଟିଯାଇଥିଲେ ଅତି ଅନ୍ତରଙ୍ଗ

ହଜାରେ ରାତିର ବିଜୟିନୀ

ରୂପଜୀବୀ ଅନୁରାଧାକୁ

ସେ କିମିଆଁ କରିଦେଇଥିଲେ

ଅନୁ ଡାକରେ

ମୋତେ ନିଜର କରିଦଉଥିଲେ ଯେ…

ସେ କହିଥିଲେ ହେଲେ ଆସିନାହାନ୍ତି

ମୁଁ ମରିଯାଉଥାଏ ବିରହରେ, ବିଚ୍ଛେଦରେ!!!


ରାତି ଗଡିଗଲାଣି

ନୀଳକଇଁ ନିସ୍ତେଜ ହେବାରେ ଲାଗୁଥିଲା

ରୁମ ଭିତରଟା ବରଫ ପାଲଟିଯାଉଥିଲା

ସେ ଆଜି ଆଉ ଆସିବେନି ବୋଧେ

ଜଳି ଯାଉ ସେମିତି କାମନାର ନିଆଁ

ମାଦଳ ପାଲଟି ଯାଉ ମୋ ସର୍ବାଙ୍ଗ ଶରୀର!!


ଅସଜଡା ବାଳକୁ ବାନ୍ଧିଲି

ଶୋଇ ଶୋଇ ଭାବୁଛି

ଭୁଲିଯିବି…

ହଠାତ୍

କାହାର

ସ୍ପର୍ଶରେ

ଶିହରୀତ

ହେଇଗଲା ଦେହ

ଉଷୁମ ଉଷୁମ ଲାଗୁଥିଲା

ପାଦ

ମୁଖ-ପବନରେ

ଲାଜ ସବୁ ବିବସ୍ତ୍ର ହେଇଯାଇଥିଲା

ତାଙ୍କ ଛୁଆଁ ଭଳି ଲାଗୁନଥିଲା

ହେଲେ ସବୁ କିଛି 

ଭଲ ଲାଗୁଥିଲା

ସେ କାନ ପାଖେ ଫିସ ଫିସ ହେଇ କହୁଥିଲେ

ପ୍ରେମ ଏକ ମଧୁର ଛଳନା ମାତ୍ର

ସେକ୍ସ ଆଣ୍ଡ ରିଲାକ୍ସ 

ହିଁ ପ୍ରେମର ଶେଷ ସୂତ୍ର...

-------------

#ଦେହଜୀବୀ ହେବା ସହଜ

#ପ୍ରେମଜୀବୀ ହେବା କଷ୍ଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ରାକେଶ ମହାପାତ୍ର

Similar oriya poem from Romance