ସାବଧାନ
ସାବଧାନ

1 min

13.2K
🌻🌹🍀 ସାବଧାନ 🌿🌾☘
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
ପୁଷ୍ପର ବାହ୍ଯ ସୁନ୍ଦର,
ଗଢଣ ତା' ଚମତ୍କାର ।
ରଙ୍ଗ ପୁଷ୍ପକୁ କରନି ଆଦର,
ନଥାଏ ସୁଗନ୍ଧ ପୁଷ୍ପ ଶରୀର ।
ଥିବ ଭଲ ଚାଲି ଢଙ୍ଗ,
ଯୌବନର ରୂପ - ରଙ୍ଗ ।
ଯୌବନର ଗୁଣ ପରୀକ୍ଷା କର,
ଥିଲେ କୁଗୁଣ କେବେ ନ ଆଦର ।
ବାହ୍ଯ ରଙ୍ଗ ଚାକ ଚକ୍ଯ,
ଅଭ୍ଯନ୍ତର ଖଳ ଲକ୍ଷ୍ୟ ।
ପୁସ୍ତକ କିଣନି ମଲାଟ ଦେଖି,
ଭିତରକୁ ବାରେ ନିଅ ପରଖି ।
ମନରେ ଛନ୍ଦ କପଟ,
ବିଷାକ୍ତ ହୃଦୟ ପଟ ।
ବେଶି ମିଳାମିଶା କଳିଯୁଗରେ,
ସବୁଠୁ ଖରାପ ବୁଝ ଅନ୍ତରେ ।
🍀🌾☘🌵🌿🌴🌳
କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)
ମୋ-09668242720
🌱🌲🌿🌴🌳🌾🍀