STORYMIRROR

Sipunu Jena

Abstract

3  

Sipunu Jena

Abstract

ରଙ୍ଗହୀନ

ରଙ୍ଗହୀନ

1 min
128

ଏ ମାଟିରେ ପାଦ ରଖୁ ରଖୁ

ଯାହା ଦେଖିଲି

ତମେ କ'ଣ ଦେଖି ପାରିଛ କି !


ଏ ବିଶାଳ ଭୂଖଣ୍ଡରେ

ଯାହା ଉପଲବ୍ଧି କଲି

ତମେ କି ପାରୁଛ ଜାଣି !


ସମୟକୁ ପଛରେ ପକେଇ

ଏଇତ ସବୁ ବଦଳି ଯାଇଛି ଚିତ୍ରପଟ୍ଟ

ନିଜ ହାତରେ ପରଖି ନେଇଛି

ନିଜ ଜୀବନକୁ ଜୀଇଁ

ପୁଣି କିଛି ସାଉଁଟିବା ଲୋଭରେ

କରୁଛି ଅଦଳବଦଳ.... ।


ଛାତିକୁ ପଥର କରି

ଖେଳୁଛି ପଶାଖେଳ

ନିଜ ଗୋଡରେ କୁରାଢି ମାରି

ରକ୍ତାକ୍ତ କଲାପରେ ଯାହା ମିଳେ

ସଫଳତା କି ବିଫଳତା

ନିଜ ପାଖେ ନିଜେ ଅଜଣା..।


ଏ ମାଟିରେ ସବୁ ଭିତରେ

ପ୍ରତିଛବି ଖୋଜୁ ଖୋଜୁ

ଜୀବନ ଯୋଉଠି ଫିକା ଫିକା

ରଙ୍ଗ ଥାଇ ବି ରଙ୍ଗହୀନ....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sipunu Jena

Similar oriya poem from Abstract