STORYMIRROR

Sipunu Jena

Abstract

3  

Sipunu Jena

Abstract

ରଙ୍ଗହୀନ

ରଙ୍ଗହୀନ

1 min
120

ଏ ମାଟିରେ ପାଦ ରଖୁ ରଖୁ

ଯାହା ଦେଖିଲି

ତମେ କ'ଣ ଦେଖି ପାରିଛ କି !


ଏ ବିଶାଳ ଭୂଖଣ୍ଡରେ

ଯାହା ଉପଲବ୍ଧି କଲି

ତମେ କି ପାରୁଛ ଜାଣି !


ସମୟକୁ ପଛରେ ପକେଇ

ଏଇତ ସବୁ ବଦଳି ଯାଇଛି ଚିତ୍ରପଟ୍ଟ

ନିଜ ହାତରେ ପରଖି ନେଇଛି

ନିଜ ଜୀବନକୁ ଜୀଇଁ

ପୁଣି କିଛି ସାଉଁଟିବା ଲୋଭରେ

କରୁଛି ଅଦଳବଦଳ.... ।


ଛାତିକୁ ପଥର କରି

ଖେଳୁଛି ପଶାଖେଳ

ନିଜ ଗୋଡରେ କୁରାଢି ମାରି

ରକ୍ତାକ୍ତ କଲାପରେ ଯାହା ମିଳେ

ସଫଳତା କି ବିଫଳତା

ନିଜ ପାଖେ ନିଜେ ଅଜଣା..।


ଏ ମାଟିରେ ସବୁ ଭିତରେ

ପ୍ରତିଛବି ଖୋଜୁ ଖୋଜୁ

ଜୀବନ ଯୋଉଠି ଫିକା ଫିକା

ରଙ୍ଗ ଥାଇ ବି ରଙ୍ଗହୀନ....!


Rate this content
Log in

More oriya poem from Sipunu Jena

Similar oriya poem from Abstract