Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational

4.0  

Gyanendriya Dash

Inspirational

ରାକ୍ଷୀ ରହିଥିବ ସାକ୍ଷୀ

ରାକ୍ଷୀ ରହିଥିବ ସାକ୍ଷୀ

1 min
181



ରାକ୍ଷୀ ରହିଥିବ ସାକ୍ଷୀ ଗୋ, ଦେଖ ଭାଇଭଉଣୀ

ପବିତ୍ର ସମ୍ପର୍କ ନିହିତ, ସଦା ଦିବାରଜନୀ ।


ନୁହେଁ ସୁତାଖଣ୍ଡ ରାକ୍ଷୀ ଯେ, ତାର ଅମୂଳମୂଳ

ଭକ୍ତିପ୍ରେମେ ବାନ୍ଧି ରଖେଟି, ସାରା ମଣିଷକୁଳ ।


ଜୀବନ ଜଞ୍ଜାଳ ସାଧନ,ଏହି ରକ୍ଷାକବଚ

ସାରା ଜଗତକୁ କରିଣ, ସଦା ଗୋଟିଏ ମଞ୍ଚ ।


ଶ୍ରାବଣ ପୂର୍ଣ୍ଣିମା ଦିବସେ, ଜନ୍ମି ଶ୍ରୀ ବଳଦେବ

ରାଷ୍ଟ୍ର ପାଳୁଛନ୍ତି ସକଳ, ଯିବେ ଦେଇ ବୈଭବ ।


କବି ଗଙ୍ଗାଧର ମେହେର, ଜନ୍ମି ଏହି ଦିବସେ

ବିଞ୍ଚିଲେ କବିତା ଅମୃତ, ହସ ମୁଖେ ହରଷେ ।


ଗାଈଗୋରୁ ବୃକ୍ଷଲତାଙ୍କୁ, ରାକ୍ଷୀ ବାନ୍ଧିଣ ସର୍ବେ

ଗହ୍ମା ପୁର୍ଣିମାର ସାର୍ଥକ, କରି ପୂର୍ଣ୍ଣ ଗୌରବେ ।


ଆମ ପରମ୍ପରା ସଂସ୍କୃତି, ଏହି ରାକ୍ଷୀପୂର୍ଣିମା

ରାକ୍ଷୀ ରହିଥିବ ସାକ୍ଷୀ ଗୋ, ଆମ କୁଳ ଚନ୍ଦ୍ରମା ।

    


Rate this content
Log in

Similar oriya poem from Inspirational