ପୁସ୍ତକ ପ୍ରେମୀ
ପୁସ୍ତକ ପ୍ରେମୀ
ସାଥି କେତେ ଆସିବେ ଜୀବନେ ଆମର
ହେଲେ କିଏ ବୁଝିବ ନି କେବେ ମନକୁ ଆମର
ସାଥି ଏମିତି ଲୋଡ଼ା ଯିଏ ସଦା ସାଥେ ରହି ଥିବ
ସାଥି ଏମିତି ଲୋଡ଼ା ଯିଏ ଜ୍ଞାନ ଆମକୁ ଦେଉ ଥିବ
ପୁସ୍ତକ ଏମିତି ସାଥିଟିଏ ଯିଏ ପାଇଛି ସିଏ ଜାଣିଛି
ପୁସ୍ତକ ଜ୍ଞାନର ଭଣ୍ଡାର ହୋଇ ଯୁଗେ ଯୁଗେ ରହିଛି
ପୁସ୍ତକ କେତେ ମୁନି ଋଷି ଲେଖି ଆମ ପାଇଁ ଗଲେ
ପୁସ୍ତକର ମହାନତାକୁ ବିଦ୍ୱାନ ଆଗରୁ ଜାଣିଥିଲେ
ପୁସ୍ତକ ଆମକୁ ସଦା ଜାଗ୍ରତ କରାଇ ଦିଏ
ପୁସ୍ତକ ମଣିଷର ସଦା ସାଥି ହୋଇ ରହି ଥାଏ
ପୁସ୍ତକ ମଣିଷକୁ ଜ୍ଞାନୀ କରାଇ ଦିଏ
ପୁସ୍ତକ ପଢି ବାକୁ ବୟସ ଦେଖେ ନାହିଁ କିଏ
ପୁସ୍ତକ ପଢିଲେ ମଣିଷର ଦିବ୍ୟ ଜ୍ଞାନ ହେବ
ପୁସ୍ତକ ପଢିଲେ ସମୟ ସାର୍ଥକ ହେବ
ପୁସ୍ତକ ପଢିଲେ ଆମେ ଅନେକ କଥା ଜାଣିବା
ପୁସ୍ତକ ପଢି ଆମେ ଦିନେ ସାହିତ୍ୟିକ
ହୋଇ ପାରିବା
ପୁସ୍ତକ ପଢିବାକୁ କେବେ କରିବନି ମନ ଉଣା
ପୁସ୍ତକ ଆମ ବନ୍ଧୁ କରେ ନାହିଁ ବାଟବଣା
ପୁସ୍ତକ ପ୍ରେମୀ ଆମେ ସଭିଏଁ ହେବା
ପୁସ୍ତକ କିଣିବା ନୀତି ପଢିବା ଆଗକୁ ଯିବା ।