STORYMIRROR

pushpa patnaik

Fantasy

4  

pushpa patnaik

Fantasy

ପ୍ରତୀକ୍ଷା

ପ୍ରତୀକ୍ଷା

1 min
425


ଜଗିଛି ତୁମ ଆଗମନ କୁ

ସ୍ୱାଗତ ଜଣାଇବା ହେତୁ

ପ୍ରତୀକ୍ଷା ରେ ଅଛି ତୁମର

ଲାଗୁଛି, ଯେପରି ଜଗିଛି

ତୁମ ପାଇଁ ଅନନ୍ତ କାଳରୁ ।


ଯେଉଁ ମୁହୂର୍ଥ ରେ ମୋ ଜୀବନ ରେ

କରିବ ତମେ ପଦାର୍ପଣ

କିପରି ଥିବ ପ୍ରଥମ ସମ୍ବୋଧନ

କିପରି ଥିବ ପ୍ରଥମ ସମ୍ଭାଷଣ

କିପରି ଥିବା ତୁମ କଣ୍ଠ ସ୍ୱର

ଯାହା ମୋ ଜୀବନ ସଂଗୀତ ।


କିପରି ଥିବ ତୁମର ସେ ଆଖି

ଯେଉଁଥିରେ ଥିବା ପ୍ରୀତିଭରା ଚାହାଣି

ତୁମ ଆଖି ର ଚାହାଣି, ଆଖି ର ସ୍ବପ୍ନ

ସବୁ କରିଦେବି ମୋ ନିଜସ୍ୱ

କିପରି ଥିବ ସେ ନୟନ ସାଗର

ଯେଉଁଥିରେ ଢେଉ ମାରୁଥିବା

ଅନେକ ସୁତପ୍ତ ଅକୁହା କଥା

ଯାହା କେବଳ ମୋର ସର୍ବସ୍ବ ।


ପ୍ରତୀକ୍ଷା ରେ ଅଛି ତୁମ ସହ

ମଧୁର ସ୍ମୁତିଭରା ଜୀବନ କୁ

ଅନନ୍ତ ପ୍ରେମ ର ପ୍ରତିଶୁତି ଦେବାକୁ ଓ

ଅନନ୍ତ ପ୍ରେମ ର ପ୍ରତିଶୁତି ନେବାକୁ

ଜଗିଛି ତୁମ ଆଗମନ କୁ

ସ୍ୱାଗତ ଜଣେଇବା ହେତୁ ।।


Rate this content
Log in

More oriya poem from pushpa patnaik

Similar oriya poem from Fantasy