ପ୍ରକୃତିର ବିଡମ୍ବନା
ପ୍ରକୃତିର ବିଡମ୍ବନା
ସାରା ବିଶ୍ଵେ ଆଜି
କରୋନା ନାମକ
ମହାମାରୀ
ବ୍ୟାପୀ ଅଛି ।
ତାଣ୍ଡବ ମଚାଇ
ଦୁନିଆ ବୁଲୁଛି
ମାନବ ଜାତି ତ
କମ୍ପି ଉଠୁଛି ।
ଧନୀ ଗରିବ ବା
ଛୋଟ ବଡ ନାହିଁ
କାହାରିକୁ ସେ
ତିଳେ ଡରୁ ନାହିଁ ।
ପିଲା ଚୋର ଭଳି
ବାହାରେ ଜଗିଛି
ନାସା ମୁଖୁ ସେ
ଶରୀରେ ବ୍ୟାପୁଛି ।
ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ
ପରିବାର ସବୁ ଛାରଖାର ହେଲେ
ମଣିଷ ଗର୍ବରେ
ଫାଟି ପଡୁ ଥିଲା
ନିଜକୁ ସର୍ବଦା ଶ୍ରେଷ୍ଠ ମଣୁଥିଲା ।
ଦୁର୍ବଳକୁ ସଦା ତୁଚ୍ଛ ବୋଲି ଜାଣି
ଅତ୍ୟାଚାର କରେ ସବଳ ପ୍ରାଣୀ
ତୀବ୍ର ଗତିରେ ସେ ମାଡ଼ି ଆସିଲା
ବାହାର କଲା ସବୁ ଠାଣି ।
ଆସି ଆମକୁ ସେ ବଡ ଶିକ୍ଷା ଦେଲା
ଜୀବନର ସତ୍ୟ ସେ ବୁଝାଇ ଦେଲା
ମୁହଁ ଚିଡାଇ ପଚାରିଚାଲିଛି
ତମେ ସବୁ ପରା ଜ୍ଞାନୀ
କୁଆଡେ ଗଲା ସେ ଗୁମାନ ତୁମର
କିଏ ତ ମତେ ପାରିଲନି ।
ହାକିମ ପୋଲିସ ସମସ୍ତେ ହତାଶ
ହେଲେ ସଭିଙ୍କ ବୁଦ୍ଧି ତ ନାଶ
ଆମେ ସବୁ ପ୍ରାଣୀ ଗୋଟେ ମାର୍ଗେ ଅଛୁ
ଚକା ନୟନ କୁ ଗୁହାରି କରୁଛୁ ।
କ୍ଷମା କର ସବୁ ଦୋଷ ଆମର
ଆମେ ସବୁ ହେଲୁ ଶରଣ ତମର
ନାଶ କର ପ୍ରଭୁ
ଏ ମହାମାରୀକୁ
ରକ୍ଷା କର ସବୁ
ବିଶ୍ୱ ବାସୀଙ୍କୁ ।