STORYMIRROR

Kabiratna Nutan Kumar Behera

Romance Classics Inspirational

3  

Kabiratna Nutan Kumar Behera

Romance Classics Inspirational

ପ୍ରେମର ନକ୍ସା

ପ୍ରେମର ନକ୍ସା

1 min
127


ତୁମେ ମୁଁ ଚାଲି ଥିଲୁ ସାଥୀରେ

ଆଗକୁ ବଢିବା ପାଇଁ

ବାଛି ନେଇଥିଲୁ ଗୋଟାଏ ରାସ୍ତା

ଏ ନ ଥିଲା ମୋର କି ତୁମର

ଅଝଟପଣର ମନମାନି ଅବା ଜିଦ୍

ଥିଲା ଦୁହିଁଙ୍କର ଅଭିନ୍ନ ସଂକଳ୍ପ

କିଛି ବି କାହା ପାଇଁ କେବେ 

ଦୁହେଁ କେହି ଭାବୁ ନ ଥିଲୁ ବିକଳ୍ପ

ଆମ ପାଇଁ ଥିଲା ଜୀବନଟା ଏକ ପ୍ରକଳ୍ପ

ଲକ୍ଷ୍ୟ ଥିଲା ଆମର ଅବ୍ୟର୍ଥ 

ଗୋଟିଏ ବିନ୍ଦୁରେ ହୋଇ କେନ୍ଦ୍ରୀଭୁତ

ଉତ୍ତର ମେରୁ ଦକ୍ଷିଣ ମେରୁ

ମଧ୍ୟରେ ଥିଲା ଚୁମ୍ବକୀୟ ଆକର୍ଷଣ

ତୁମେ ରୂପା ଜହ୍ନ ହେଲେ

ମୁଁ ଥିଲି ତା ରୁପେଲି ଜ୍ୟୋତ୍ସ୍ନା

ତୁମେ ଥିଲ ଠିକ୍ ସତ୍ୟ ଫୁଟା ଫୁଲ 

ମୁଁ ଥିଲି ତାର ମହକିତ ବାସ୍ନା

ଉଭୟେ ପ୍ରତିବନ୍ଧକକୁ କରୁଥିଲୁ ସାମ୍ନା

ଅଖଣ୍ଡ ଦୀପ ଜାଳି ଥିଲୁ

ଆଲୁଅ ଟିକିଏରେ ଆଲୋକିତ ହେବାକୁ

ପରସ୍ପରକୁ ଜାଳି ଜଳାଇବାକୁ 

ମନରେ ନ ଥିଲା ପ୍ରଶ୍ନବାଚୀ

ମଝି ନଈରେ ଥିଲେ ବି ଜୀବନ ତରୀ

କୂଳରେ ଲାଗିବାକୁ ନ ଥିଲା ସଂଶୟ

ଆତ୍ମବିଶ୍ୱାସ ଥିଲା ପ୍ରବଳ

ପ୍ରତାରଣା କିଏ କାହାକୁ ଦେଲା

ପ୍ରତିଧ୍ଵନି ତାର ଶୁଣି କୁହ

ସମୟର ନିସ୍ତବ୍ଧତାକୁ ଭାଙ୍ଗି ଥରେ

ହୃଦୟରେ ସ୍ପନ୍ଦିତ ହେବ ଅନାହତ ଶବ୍ଦ

ତନ୍ତ୍ରୀରେ ତନ୍ତ୍ରୀରେ ଖେଳି ଯିବ 

ସବୁ ପ୍ରତିଶ୍ରୁତିର ସେ ପରିକଳ୍ପନା

ଜଣକୁ ଜଣେ ସୂତ୍ର କରି

ନିର୍ଣ୍ଣୟ କରିଥିଲୁ ପ୍ରେମର ପରିସୀମା

ସଂପର୍କର ଆବଦ୍ଧ ଆୟତକ୍ଷେତ୍ର ଥିଲା

ଆମ ପାଇଁ ସୀମା ସରହଦ

ଏବେ କିନ୍ତୁ ସବୁ ବଦଳି ଯାଇଛି

ହୃଦୟ ଖୋଜିଲେ ମିଳେନା ହୃଦୟ 

କେମିତି ଏକ ଅବାଞ୍ଛିତ ବ୍ୟତିକ୍ରମ

ଦୂର ଦିଗବଳୟରେ ଦିଶେ

ଭୂମି ଆକାଶର ଅବାସ୍ତବ ମିଳନ

ମନରେ କେବଳ ସେହି ପ୍ରେମର ନକ୍ସା

ଆଖିକୁ ଲାଗେ ଅସ୍ପଷ୍ଟ ଝପ୍ସା ।

   

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance