STORYMIRROR

Anand kumar Sundar

Abstract

2  

Anand kumar Sundar

Abstract

ପ୍ରେମ.....

ପ୍ରେମ.....

1 min
2.8K

ପ୍ରେମ ଏକ ମଧୁର ଭାବନା

ଇଛା ହୁଏ ମଜ୍ଜିଯିବା ପାଇଁ

ପ୍ରେମ ଏକ ଅମାନିଆ ନଈ

ଇଛାହୁଏ ସାଗରରେ ମିଶିଯିବା ପାଇଁ


ପ୍ରେମ ଏକ ସୁମଧୁର ସ୍ମୃତି

ଇଛାହୁଏ ସବୁଦିନ ସାଇତିବା ପାଇଁ

ପ୍ରେମ ଏକ ସୁନେଲି ସପନ

ଇଛାହୁଏ ସେ ସ୍ୱପନେ ହଜିଯିବା ପାଇଁ


ପ୍ରେମ ଏକ ଗୀତ ର ରାଗେଣୀ

ଇଛାହୁଏ ସେ ରାଗରେ ଗାଇଯିବା ପାଇଁ

ପ୍ରେମ ପୁଣି ମତାଣିଆ ଘୁଙ୍ଗୁରର ପେନ୍ଥା

ଇଛାହୁଏ ସେ ଛନ୍ଦରେ ନାଚିଯିବା ପାଇଁ


ପ୍ରେମ ଏକ ସୁମନର କୋମଳ ପାଖୁଡା

ଇଛାହୁଏ ନିଜ ହାତେ ତୋଳିନେବା ପାଇଁ

ପ୍ରେମ ପୁଣି ପାଗଳ ଭଅଁର

ଇଛାହୁଏ ସବୁ ମଧୁ ଶୋଷିନେବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anand kumar Sundar

Similar oriya poem from Abstract