Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Mohanty

Inspirational Abstract Others

3.3  

Anuja Mohanty

Inspirational Abstract Others

ପ୍ରେମ ସୁଧାନିଧି ଦ୍ଵିତୀୟ ଛାନ୍ଦ

ପ୍ରେମ ସୁଧାନିଧି ଦ୍ଵିତୀୟ ଛାନ୍ଦ

3 mins
1.0K


( ଅବନା ନେତ୍ର ବର୍ଣ୍ଣନା )

ରାଗ ତୋଡ଼ିବରାଡ଼ି । ଆଷାଢ ଶୁକ୍ଳବାଣୀ ।

ନରବରଜ କରତ ଶ୍ରବଣ । ଅସମ ପରମ ରମ୍ୟଈକ୍ଷଣ ।

ମଦନମଦ ବରଧନକର । ସବଳଫରଳ ତରଳତର ।

ଦମ୍ଭ-ଧରଷକ । ବୟସ୍ଥଜନ ପ୍ରଳୟ ସର୍ଜକ । ୧।

ମଧ୍ୟ ତ ମରକତର ବରନ । ଧବଳତର ଅତ୍ୟନ୍ତ ଯତନ ।

ଧବଳକରର କବଳତମ । ବଡ଼ ଅସମ୍ଭବ ମନ ଭରମ ।

ଏମନ୍ତ ଏ ଲକ୍ଷ । ବକ୍ଷଗତ ଶଶ ସ୍ଵଚ୍ଛ ପ୍ରତ୍ୟକ୍ଷ । ୨।

ଅଥ ଶଶଧର ଉଜ୍ଜ୍ଵଳ ଅଙ୍ଗ । ତରସ୍ତ ତମସ ଗରବଭଙ୍ଗ ।

ଶରଣଉପପନ୍ନ ତତପର । ସଦୟ ହୃଦୟ ବହଇ ଉର ।

ଏସନ ମଣଇଁ । ପ୍ରସନ୍ନ ସମ ଆନ ନ ଗଣଇଁ । ୩ ।

ଅମର ଅଶନ ମଧ୍ୟ ମଜ୍ଜନ । ଗରଳ ତରଳ କରଇ ମନ ।

ଅଥ ପତଙ୍ଗଭବହ୍ରଦ ଜଳ । କମଳଦଳ ପର ଢଳଢଳ ।

ଧନ୍ୟ ପରସନ୍ନ । ଅନ୍ୟ ଅମ୍ବକ ହରଷଦନ । ୪ ।

ବନଭବନ ଜନ-ତପହର । ମନମଥ ମନମଥନ ଶର ।

ଗହଳ ପକ୍ଷ୍ମଳ ଉଜ୍ଜ୍ଵଳ ପକ୍ଷ । ଜବଚଳନ ହର ଉର ଲକ୍ଷ ।

ଅନ୍ତରଙ୍ଗ ସତ । ଦମ୍ଭହତର ରକତ ବ୍ୟକତ । ୫ ।

ସମ୍ପଦଦତ୍ତକର ଦରଶନ । ଅମଳ ନବକମଳ ବଦନ ।

ନୟନ ଉଭୟ ମତ୍ତଖଞ୍ଜନ । ସରସ୍ତ ପଲକ ପତ୍ର ରଞ୍ଜନ ।

ବରହ ଅଞ୍ଜନ । ରଞ୍ଜନ ନର ଗରବଗଞ୍ଜନ । ୬ ।

ବଚନ ଅକଥନ ରମ୍ୟ ସର । ସଙ୍ଗମ ତରଙ୍ଗରଙ୍ଗପ୍ରକର ।

ମରକତ ଜଳରଥ ପତନ । ମଧ୍ୟ ସନ୍ତତି ଚଞ୍ଚଳ ଚଳନ ।

ଘନରସଭର । ମଦନ ତପନ କଦନକର । ୭ ।

ରହସ୍ୟବଶ ବନଜନନ୍ଦନ । ଏଣହୟ ସ-ବଦନ ବନ୍ଧନ ।

ଅଧର ପଲ୍ଲବ ଅଶନଅର୍ଥ । ରଭତ୍ସ ଚଞ୍ଚଳ ଅସମରଥ ।

କଜ୍ଜ୍ଵଳ ଚମର । ପ୍ରତ୍ୟକ୍ଷ ପରକଟ ଚରମର । ୮ ।

ନୟନ ଦ୍ଵୟ ଶୟନ ସମୟ । ସମପଳବନ୍ତ ଝସ ଉଦୟ ।

ଅନ୍ୟ ସମୟ ଲକ୍ଷ କର ପଛ । ପୟ ଶରଣ ରୟବଶ ମତ୍ସ୍ୟ ।

ମହ ଇତସ୍ତତ । ଛଟକ ପଲକ ଅଟକ ସତ । ୯ ।

ଅର୍ଦ୍ଧଚନ୍ଦ୍ରବତ ଅଳକତଳ । ଖଣ୍ଡକମଳକ ଗଣ୍ଡମଣ୍ଡଳ ।

ମନ୍ଦହାସ ନବବଳକ୍ଷକର । ଅମ୍ବକ ମଧ୍ୟ ସରସ ସଦର ।

ଅଞ୍ଜନ କପଟ । ଶ୍ରବଣରନ୍ଧ୍ର ଗମନ ଲମ୍ଫଟ । ୧୦ ।

ରଙ୍ଗଉତ୍ପଳ ମଧ୍ୟଶତଦଳ । ମଧ୍ୟସ୍ଥ ସମତ୍ତଭର ଭ୍ରସଲ ।

ଏମନ୍ତ ମନ ପବନ ଚଳଇ । ବହଳ ମକରନ୍ଦ ନ ଉଡ଼ଇ ।

ଗତ ମନମନ । କମ୍ପନ ଅପଘନ ଘନଘନ । ୧୧ ।

ଜଗତ ଜୟ ଅସ୍ତ୍ର ଏ ଫଳ । ବଶ ଉଚ୍ଛନ୍ନ ଜନମନର ସ୍ଥଳ ।

ଅଞ୍ଜନ ଏ ତ ରଞ୍ଜନ କଜ୍ଜ୍ଵଳ । ମନଦମ୍ଭ ବହଜନ ସକଳ ।

ଅଳକ ଛଳର । ପଦ୍ମଜକର ରଚନ ଅକ୍ଷର । ୧୨ ।

ଏସନ ମନ ତ୍ରୟବର ନର । ଇକ୍ଷଣ ବଶକର କ୍ଷଣକର ।

 ଜଳଜଭବ, ଭବ, ଦର-ଧର । ଇତର ଜନର ବଶ ଇତର ।

ଅଜର ସମ୍ପଦ । ହରଷ ତରସ ସତ୍ଵରପ୍ରଦ । ୧୩ ।

କଚଚୟ ତମ ଭୟ ପ୍ରବଳ । ଲପନ ଚନ୍ଦ୍ରର କରମ ଫଳ ।

ଜଗତଜନକ ପ୍ରଦତ୍ତ ଭଲ । ସହଜ ଯତନ ସରୁ କଜ୍ଜ୍ଵଳ ।

ମନ ତ ଚପଳ । ନ କରଇ ଏ ଭୟର କବଳ । ୧୪ ।

ମଣଇ କନକସ୍ୟନ୍ଦନ ସଜ । ପରବଧ ସଧ ମକରଧ୍ଵଜ ।

ବନ୍ଧନ ଅଞ୍ଜନହୟ ନୟନ । ଅନବରତ ଚହଟ ଚଳନ ।

ଗମନତ ଗଜ । ନର ଈଶ ପଦବହ ସହଜ । ୧୫ ।

ଉନ୍ନତ ଗନ୍ଧଗ୍ରହ ଖଗବର । ଥଣ୍ଟ ଉପମ ଦରଶନ ଦର ।

ପ୍ରକଟ ନୟନ ପନ୍ନଗଧବ । ଇଚ୍ଛଇକର୍ଣ୍ଣଗର୍ତ୍ତ ଗତଜବ ।

ତରସ୍ତ ବଳର । ବମନ କରଇ କଜ୍ଜଳଗର । ୧୬ ।

ହସ୍ତବଳୟ ପଦ କଟକର । ସ୍ଵନ ପ୍ରଖର ମର୍ଦ୍ଦଳ ଝର୍ଝର ।

ସରସବଚନ ପଞ୍ଚମ ସ୍ଵର । ଈକ୍ଷଣ ନର୍ତ୍ତକ ନର୍ତ୍ତନ ଭର ।

ବସନ ପଣନ୍ତ । ବହଳ ଅଞ୍ଜନ ଏସନ ମତ । ୧୭ ।

ରଣ ରଣ ଯଶ ଉଜ୍ଜ୍ଵଳରସ । କରତନ ମନ ମଦ ଅଳସ ।

ଅପର ପର-ଛଳ କଳବଶ । ରଚନ ରହ ସ୍ଥଳ ଏକ ବଶ ।

ଏମନ୍ତ ନୟନ । ମଧ୍ୟପକ୍ଷ୍ମ ଅନ୍ତ ବରଗଞ୍ଜନ । ୧୮ ।

ବର୍ଣ୍ଣନକରର ଦର୍ପ ସକଳ । ଦଣ୍ଡନ ଦଣ୍ଡ ନୟନ କଜ୍ଜ୍ଵଳ ।

ଲକ୍ଷ ପ୍ରବନ୍ଧନ ବର୍ଣ୍ଣନ ଗହନ । ପ୍ରକଟକ ଗଣ ଈଶ-ମଉନ ଉପମନଦହ ।

ନୟନରସମନୟନ କହ । ତରସ ନୟନ ଦରଶନର । ୧୯ ।

ଇନ୍ଦ୍ର ଦଶଶତ-ନୟନଧର । ରମ୍ୟ କଥନ ଲବଧ ଅନନ୍ତ ।

ସହସ୍ରସଂଖ୍ୟକ ଲପନ ସତ ।

ନୟନ ଏସନ ଉପଇନ୍ଦ୍ର ଭଞ୍ଜର ଏ ରଚନ।୨୦।

ସମାପ୍ତ

କବି - କବିସମ୍ରାଟ ଉପେନ୍ଦ୍ର ଭଞ୍ଜ


Rate this content
Log in

Similar oriya poem from Inspirational