ପ୍ରେମ ସମ୍ପର୍କ
ପ୍ରେମ ସମ୍ପର୍କ
ଯେବେ ଦୁନିଆ ମୋ ହାତ ଛାଡିଦିଏ
ତୁମେ ବି ଛାଡ଼ ମୋ ହାତ
କଷ୍ଟ ସବୁ ଛାତି ତଳେ ସାଇତି
ହସି କଥା ହୁଅ ତୁମ ସହ ।
ଭୁଲି ଯାଏ ସବୁ ରାଗ ଋଷା
ଦୁଇପଦ ତୁମ କଥାରେ
ହେଲେ ସେ କଥା ର ଯନ୍ତ୍ରଣା
ପୋଛି ପାରେନା କେବେ ମନରୁ ।
ଜାଣି ପାରିବନି କେବେ ସେ କଷ୍ଟ
କହିଛ ଯେତିକି କଥା ।
ଦିନେ କେତେବେଳେ ଭାବିବ ବସୀ
କହିଛ ମୋତେ କି କଥା
ଯୋଉ କଥା କେହି କହେନାହିଁ ତା ପ୍ରେମିକା କୁ
କହି ଯାଇଛ ଯୋଉ ସବୁ କଥା ।
ଜାଣିବ ବୁଝିବ ସେହିଦିନ
ଯେବେ ଲିଭିଯିବ ମୋର ସତ୍ତା ।
ଝୁରିବ ସେଦିନ କାନ୍ଦିବ ସେଦିନ
ଡାକୁଥିବ ଆସି ଯେତେ ମୋତେ
ନା ମୁଁ ଶୁଣିବି ନା ମୁ ଆସିବି
ଯେତେ ମିନତୀ କଲେ ମୋତେ ।

