Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract

3  

Snigdha Panda

Abstract

ନୂଆ ପାଇଁ

ନୂଆ ପାଇଁ

1 min
173


ଆସିବା ଆଗରୁ 

ସବୁ ନୂଆ ପାଇଁ ଟିକେ ଉତ୍କଣ୍ଠା ଥାଏ 

ନୂଆଘର,ନୂଆବର୍ଷ 

ଆଉ ନୂଆପ୍ରେମ ବି 

ଫୁଲ, ବାଣ, ଆମ୍ବ ପତ୍ର, 

ଶବ୍ଦ, ଦୃଶ୍ୟ, ସ୍ପର୍ଶ 

ସବୁଥିରେ ଚମକଥାଏ ॥


ନୂଆ ପାଇଁ ପ୍ରତୀକ୍ଷାର 

ସମୟ ସବୁ ମିଠା ଜାମୁକୋଳି ପରି 

ନଈ ସେପଟେ ପାଚୁଥାଏ 

ଭଉଁରୀକୁ ଭୟ ନଥାଏ

କୁମ୍ଭୀରକୁ ବି ଭୟ ନଥାଏ 

ମୁରୁଜ ବୁଣା ହୁଏ

ଝୋଟି ପଡ଼େ

କେବେ ଅଗଣାରେ ତ କେବେ ମନରେ 

ଆସିବାକୁ ଅଛି ବୋଲି 

ଆଶା ହିଁ ଝରୁଥାଏ ଆଖିରେ,

ଓଠରେ ଧୀରେ ଧୀରେ ॥


ଦିନେ ନୂଆ ଆସିଯାଏ 

ଗହଳି ବଢେ, ନୀରବତା କଡ଼ ମାଡ଼ି ଶୋଇଯାଏ 

ରଙ୍ଗ, ରୂପ, ବାସ୍ନା, ସବୁ ପରଖାହୁଏ

ତା'ପରେ ନୂଆ ପୁଣି ପୁରୁଣା ହୋଇଯାଏ 

ସଂଗ୍ରହାଳୟର ପ୍ରାଚୀନ ବସ୍ତୁ ପରି, 

ହେଲେ ଫିଙ୍ଗିଦେଇ ହୁଏନାହିଁ 

ତା' ସାଙ୍ଗରେ କାଳେ 

ମନ ଯୋଡ଼ି ହୋଇଯାଇଥାଏ 

ବେଳେବେଳେ ପୁରୁଣାରେ ବି 

ନୂଆ ନୂଆ ପ୍ରେମ ହୋଇଯାଏ ॥



Rate this content
Log in

Similar oriya poem from Abstract