STORYMIRROR

Jayakumar Mishra

Drama Inspirational

4  

Jayakumar Mishra

Drama Inspirational

ନିୟତିର ଖେଳ

ନିୟତିର ଖେଳ

1 min
168


ନିୟତିର ଖେଳ, ହୁଏ ମହା କାଳ

ଭାଙ୍ଗିଦିଏ ସବୁ ବଳ, 

ବାତ୍ୟା ନିରନ୍ତର, ଚିର ସହଚର 

ମହା କାଳ ରଚେ ଖେଳ l


ଝଡ଼ ବାତ୍ୟାରେ, ବର୍ଷା ଭୀଷଣଟି 

ବନ୍ୟା ନିଏ ଚାଳଘର, 

ପ୍ରଳୟ ବଢ଼ିରେ, ଭିଟାମାଟି ପଦା 

ଜଳବନ୍ଦୀ ହରବର l


ସାଗର ଜୁଆର, ଆସୁଅଛି ମାଡି 

ମହାବାତ୍ୟା ହେଲେ ସରି, 

ଜୀବନ ଜୀବିକା ହୁଅଇ ଉଚ୍ଛନ୍ନ  

ଶସ୍ୟ କ୍ଷେତ ଯାଏ ମରି l


ଅଭାଗା ମଣିଷ, ଭାଗ୍ୟ ରବି ଡୁବେ 

ନିରାଶ୍ରୟ ନିରୁପାୟ, 

ମୃତ୍ୟୁର କୋଳରେ, ମଣିଷ ଜୀବନ 

ଭୋକିଲା ପେଟର ମୋହ l


ମୁଠାଏ ଭାତକୁ ଆକୁଳ ବିକଳ 

ଉଦର ଜ୍ୱାଳାର ଦାଉ 

ଲଜ୍ଜା ସରମଟି ପଛରେ ପକାଇ 

ଭେକ ପନ୍ଥା ଖୋଜେ କେହି l


ଭିଟାମାଟି ଗାଆଁ ମାଆ ମୋହ ଏଡି

ଦାଦନଟି ବହୁ ଦୂରେ, 

ଈଶ୍ୱରଙ୍କୁ ଚିଠି ଜଣାଇ ଦୁଃଖଟି 

ପରିବାର ସାଥିଟିରେ l


ବୋଝ ଉପରେ ନଳିତା ବିଡାଟି 

କରୋନାଟି ଭୟଙ୍କର, 

ଗୃହ ବନ୍ଦୀ ଜୀବନ ଦିନ ମାସ ବର୍ଷ 

ପୀଡା ଦିଏ ନିରନ୍ତର l


ସ୍ବଜନ ସମ୍ପର୍କ, ଦୂରlଭାଷଟିରେ 

ସୀମିତ ରହୁଛି ଏବେ, 

ଦୁଃଖ ସୁଖଟିରେ ମନ ଘର ଧରେ 

ନାହିଁ ଉପୟଟି ଏବେ l


ସବୁ କଳବଳ, ଜ୍ଞାନର କୌଶଳ 

ଫିକା ହୋଇ ହାର ମାନେ, 

ନିୟତି ଖେଳରେ, ଖେଳନା କଣ୍ଢେଇ 

ସୂଚଏଟି କାନେ କାନେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayakumar Mishra

Similar oriya poem from Drama