Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ନିଷ୍ପତ୍ତି

ନିଷ୍ପତ୍ତି

1 min
212


କନ୍ୟା ସିଏ ଦେଇପାରେ ଅନେକ

ସମ୍ଭାବନା ମାନଙ୍କୁ,

ପତ୍ନୀରୂପେ ଉଦ୍ଧାର କରଇ

ଦୁର୍ଗା ହୋଇ ପତନରୁ,

ଭଗ୍ନୀସମ ସୁଖେଦୁଃଖେ ମଙ୍ଗଳାଙ୍କୁ

ମଙ୍ଗଳ ମନାସେ,

ଜନନୀ ହୋଇ ଜଗତେ ପରିଚୟ

ଦେଇ ଆଶୀର୍ବାଦରେ

ଚଲାପଥ କୁସୁମିତ କରେ।

କୁହ ତେବେ କନ୍ୟା ପାଇଁ

କିଆଁ ଏତେ ଟଣାଘୋଷଡା !

କାହିଁକି ଚାଲେ ଗର୍ଭରୁ ,

ଅପ୍ରକାଶ୍ୟରୁ ନରସଂହାରର ରଣନୀତି,

କିମ୍ପାଇଁ ଭାବନା ସବୁ

ଆସେ ସେ ମନକୁ,

ଯେଉଁ ଗର୍ଭରୁ ଜାତ ତୁହି

ଯାହାର ଆଶିଷ ପାଉ

ଥାଉ ପ୍ରତିକ୍ଷଣେ,

ଯା'ହସ୍ତର ରାକ୍ଷୀ ପାଇଁ

ହେଉ ତୁ ପାଗଳ,

ଯା' ହସ୍ତ ଧରି ତୁ ଦେଖୁ

ସୁନେଲି ସପନ !

କି ରୂପେ ତୁ ହେବୁ ପରିଚିତ

ମାନବ କି ଦାନବ ନା

ମାନବରୁ ମହାମାନବ ।

ପାରିବୁ ତ ସୃଷ୍ଟିଟିଏ ଗଢ଼

ବିନାଶ ପାଇଁ ଚାହିଁଲେ

ପ୍ରଥମେ ହୋଇବୁ ଧ୍ଵଂସ।

ନିଷ୍ପତ୍ତି ନିଜ ହସ୍ତେ ।


Rate this content
Log in

Similar oriya poem from Inspirational