STORYMIRROR

Kisan Kumar Sahu

Comedy

4  

Kisan Kumar Sahu

Comedy

ନିର୍ବାଚନ

ନିର୍ବାଚନ

1 min
280

ନିର୍ବାଚନର ଅର୍ଥ ଜାଣେନା

       କିନ୍ତୁ ଛିଡ଼ା ହେବି ଆଜି ନିର୍ବାଚନରେ 

ଗ୍ରାମର ଅବସ୍ଥା ସେମିତି ଥାଉ

        ମୋର ମନଟା ପରା ଧନରେ ॥


ସରପଞ୍ଚ କିମ୍ବା ସମିତିସଭ୍ୟର

        ହୋଇଗଲେ ମୁଁ ଯେ ପ୍ରାର୍ଥୀଟି

ଭୁଲ୍ କରି ମଧ୍ୟ ଟଙ୍କା ଫିଙ୍ଗିଦେଲେ

         ଜୟ ଜୟ ମୋର ସବୁଠି ll


 ଭଲ କରିବାକୁ ଇଚ୍ଛା ହୁଏ କିନ୍ତୁ

         କଣ କରିବା କୁହନ୍ତୁ

ଚାହୁଁନି ପରା ମୋହରି ମାଲିକ

         ଆପଣ ଉନ୍ନତି କରନ୍ତୁ Li


ସରପଞ୍ଚ ଆଉ ସମିତିସଭ୍ୟଙ୍କୁ

         ନିନ୍ଦା ଯେ କରିବା କାହିଁକି

ମୂର୍ଖ ଲୋକତ ଟଙ୍କା କେତେ ପାଇଁ

         ଅଛେ ବଗ ପରି ଚାହିଁକି ॥


କିଛି ଦିନ ଆମ କଟିବ ଆରାମରେ

         ମିଳିବ ସ୍ୱାଦିଷ୍ଟ ବ୍ୟଞ୍ଜନ

ନିଜେ ଖାଇବୁ ଘର ପାଇଁ ନେବୁ

         ମିଳିବ ଚିକେନ ମଟନ ॥ 


ସରପଞ୍ଚ ଆମ କେତେ ଯେ ସରଳ

         ନମାଗିଲେ ଟଙ୍କା ଦିଅନ୍ତି

 ପିଇବା ପାଇଁ ମନା କି କରିବେ

         ନିଜେ ପରା ପିଆଇ ଦିଅନ୍ତି ||


ନିର୍ବାଚନ ଆମ ଲୋକଙ୍କ ସମୟ

        ତେଣୁ ନେତାମାନେ ଆସି କହନ୍ତି

ଆପଣ ମାନେ ମୋତେ ଜିତାନ୍ତୁ

      କରିଦେବୁ ଯାହା ଆପଣ ମାନେ ଚାହାଁନ୍ତି॥ 


ଲଜ୍ୟା ଆମର ମୁହଁକୁ ନାହିଁ

        ବିକ୍ରି କରୁଛନ୍ତି ଆମ ଅଧିକାରକୁ

ଅଧିକାର ଅର୍ଥ କାହିଁକି ବୁଝିବୁ

      ଆମେ ଗରିବ ପଚି-ସଢ଼ି ଆମେ ବଞ୍ଚିବୁ |


ଆମେ ମଣିଷ ନୁହଁ ଭାଇ

        ମଣିଷ ଭଳିଆ ପଶୁ 

ବିପଦ ପଡିଲେ ସମାଧାନ ଛାଡି

         ଭଗବାନ ନାମ ଘୋଷୁ ॥


ସାମାଜିକ ପ୍ରାଣୀ ସମାଜକୁ ଛାଡି

          ଚିନ୍ତାରେ ଯାଇଛି ଡୁବି

ନିଜ ନିଜ କହି ନିଜକୁ ମାରୁଛି 

         ଟଙ୍କା କେତେ କିଛି ପାଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kisan Kumar Sahu

Similar oriya poem from Comedy