STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

( ନିରାକାର ) ରଜନୀକାନ୍ତ ଚୌଧୁରୀ

( ନିରାକାର ) ରଜନୀକାନ୍ତ ଚୌଧୁରୀ

1 min
305

ବହୁଛି ଦେଖ କରୁଣାର ବାଆ 
ଶୀତଳ କରାଇ ମନ,,
ସୁଗନ୍ଧ ଭରା ରୁପଯେ ତାଙ୍କର 
ମନ ମୋହୁଛନ୍ତି ଜନ,।।
ଅଦୃଶ୍ୟ ସିଏ ନିରାକାର କାୟା 
କଳନା ନାହିଁ ତାଙ୍କର,,
ଅନୁଭବରେ ସେ ନିତି ଆସନ୍ତି 
ଭାବନାର ସେ ଠାକୁର,।।
ଧଳା କଳା ବୋଲି ନାହିଁ ଯେ ରଙ୍ଗ 
ସାତରଙ୍ଗ ତାଙ୍କ ରୂପ,,
ଅମାପ ଅସୀମ ସେ ଅଗଣିତ 
ତାଙ୍କରି ନାମକୁ ଜପ,।।
ଆକର୍ଷିତ ସେ ମନଲୋଭା କାନ୍ତି 
ଦେଖିଲେ ହୁଅଇ ଧନ୍ୟ,,
ଅବର୍ଣ୍ଣନୀୟ ସେହି ଦିବ୍ୟରୂପ 
ଦର୍ଶନେ ମିଳଇ ପୂଣ୍ୟ,।।


Rate this content
Log in

Similar oriya poem from Inspirational