STORYMIRROR

Dr. Diptiranjan Behera

Inspirational

2.5  

Dr. Diptiranjan Behera

Inspirational

ନୀରବତା

ନୀରବତା

1 min
14.2K



ତୁମ ନୀରବତା ଉତ୍ତର ସାଜି ମୋ

କାନେ କହିଦେଇ ଯାଏ

ପାଗଳିନୀ ନଦୀ ଦିଗହରା ନୁଁହେ

ସାଗରକୁ ଭଲ ପାଏ ||


ମୁଁ ବି ଜଳୁଛି ତୁମେ ବି ଜଳୁଛ

ମନ୍ଦିରରେ ଦୀପ ଜଳେ

ଜାଳିବାଟା ଯଦି ପ୍ରେମର ନିୟମ

ଜଳୁଥିବା ତିଳେ ତିଳେ ||


ଗଲାବେଳେ ତୁମେ କହିଥିଲ ମୋତେ

ଚାହିଁବନି କେବେ ଫେରି

ସେଥିପାଇଁ ବୋଧେ କଳାମେଘ ଦେଖି

ମୟୁର ନାଚିବା ଡେରି ||


ନ ନାଚୁ ମୟୁର ନ ଗାଉ କୋଇଲି

ଫେରିଆସ ପ୍ରିୟା ତୁମେ

ଭିଜି ବିତେଇବା ପ୍ରତିଟି ମୁହୂର୍ତ୍ତ

ବିନା ଶ୍ରାବଣରେ ଆମେ ||


-------

ଦିପ୍ତିରଞ୍ଜନ ବେହେରା

(ବେଣ୍ଟପଦା, ଆଠଗଡ, କଟକ, Email: diptiranjan_behera@yahoo.com)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational