Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshetrabasi Tripathy

Classics

3  

Kshetrabasi Tripathy

Classics

ନିଃଶବ୍ଦ

ନିଃଶବ୍ଦ

1 min
112


ଯେତେ ସବୁ ଉଡାଣ ଭରୁଥିବା ପକ୍ଷମାନେ

ଲାଗନ୍ତି ଅସହାୟ

ଅବସାଦଗ୍ରସ୍ତ

ଥୁଣ୍ଟା ଶିମୁଳି ଶାଖାରେ

ଦୀକ୍ଷା ନେଇ ଅବା ବାନପ୍ରସ୍ଥ ।

ପ୍ରଲମ୍ବିତ ଛାୟାମାନେ

ଲମ୍ବିଯାନ୍ତି ଦିଗ୍ ବଳୟ ପ୍ରାନ୍ତେ

ସତେ ଅବା ଭୂମି- ଶଯ୍ୟା ଛାଡିବାର

ମୋହତ୍ୟାଗ ଅସମ୍ଭବ ସେମାନଙ୍କ ପାଇଁ ।

ଭକ୍ଷକ ନିର୍ମୋକ ସବୁ

କ୍ଷୁଧାହୀନ, ଉପବାସୀ, ବୁଭୂକ୍ଷା ରହିତ

ଛଞ୍ଚାଣ ର ପୃଷ୍ଠଦେଶେ ଉପବିଷ୍ଟ

ଗାନମତ୍ତ ନିରୀହ କପୋତ ।

ନିଃଶବ୍ଦ ଏ ଇଲାକାରେ

ତାପଗ୍ରସ୍ତ, ଚାପଗ୍ରସ୍ତ, ଉନ୍ନତ ମସ୍ତକ।

    


Rate this content
Log in

Similar oriya poem from Classics