STORYMIRROR

Kshetrabasi Tripathy

Others

3  

Kshetrabasi Tripathy

Others

କବିତା - ସଂଧି

କବିତା - ସଂଧି

1 min
306

ଛୋଟିଆ ଜୀବନର

ଲମ୍ବା ବାଟଟିଏ

ଛୋଟିଆ ଏ ରାତିର

ବୋଝେ ସପନ ବହେ

ଛୋଟିଆ ଦିନ ପାଇଁ

ଦୀର୍ଘ ଚିଠା ଧରି

ଛୋଟିଆ ମଣିଷ ମୁଁ

ଚାଲିଚି ଥିରିଥିରି।।

ଛୋଟିଆ ମଥାପରେ

ଗଣ୍ଠିଲି ବୋଝ ଭାରି

ଛୋଟିଆ ମନ ତଳେ

ଆଶା ଯେ ଅସୁମାରୀ

ଛୋଟିଆ କୁଡିଆ ରେ

ଯାତନା ମହାମାରୀ

ଛୋଟିଆ ମଣିଷ ମୁଁ

ଚାଲିଚି ସଂଧି କରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍