ନାସ୍ତିକ
ନାସ୍ତିକ
କିଏ ପଚାରିବ, କିଏ ଜାଣିବ, କେମିତି ବା ହେବ...
ନିଶ୍ଚୟ ଆସ୍ତିକର କିମ୍ବା ଦ୍ୱନ୍ଦ୍ବ ଘେରରେ ଥିବା ପ୍ରଶ୍ନ ଏହି..
ବିଷୟ ଆଭୂଷଣ ବ୍ୟକ୍ତି ବିଶେଷ, ବିଶ୍ଳେଷକ ନାସ୍ତିକ ?
ନା, ଆଧ୍ଯାତ୍ମ ବିରୋଧୀ ସେ, ଜିଜ୍ଞାସୁ, ମୁମୁକ୍ଷୁ ଓ ପିପାସୁ ମାତ୍ର !
ଶୀର୍ଷକୁ ଛୁଇଁଛି ନମନୀୟ ସ୍ଥିତି "ନାସ୍ତିକ" ଉପାଧିତ ବ୍ଯକ୍ତି..
ଅସ୍ୱୀକାର କରିଛି ବିଭକ୍ତବାଦୀ,ବିଧର୍ମୀ, ଅନ୍ଧବିଶ୍ୱାସ ଶକ୍ତି !
ଦ୍ଵନ୍ଦରୁ ତ, ବହୁ ଦୂରେ ସେ, ବଜାୟ ରଖିଛି ଦାମ୍ଭିକତା,
ସିଦ୍ଧ କରିଛି, ଅନ୍ବେଷଣ ଓ ସାଧନା, ତା' ପଥର ସାର୍ଥକତା !
ବିପରୀତ ତା'ର "ଆସ୍ତିକ" ଆଶାବାଦୀ ଆଶା ସିଦ୍ଧାନ୍ତର...
ବିପଥଗାମୀ ନୂହେଁ ସେ, ନା ନିରାଶବାଦୀ, ବରଂ ଦୃଢ଼ତାର !
ଭିନ୍ନ ନୁହଁନ୍ତି ଆସ୍ତିକ, ନାସ୍ତିକ କାହିଁକିନା ଗନ୍ତବ୍ୟ ତ ଏକ,
ଏକ ପରିଧିର ମେରୁ, କିନ୍ତୁ ତାଙ୍କ ଦୃଷ୍ଟି, କେନ୍ଦ୍ର ବିନ୍ଦୁ ମାତ୍ର !
ଉଭୟେ ଉଭୟଙ୍କର ପରିପୂରକ ଏକ ମୁଦ୍ରାର ୨ପାର୍ଶ୍ଵ,
ବିବେଚନାର ଏଇ ଯେ ବିଷୟ ,ବିଜ୍ଞଙ୍କ ଦ୍ଵନ୍ଦ ମୁକ୍ତ ବ୍ରହ୍ମ !
ନିର୍ଦ୍ଧାରିତ ସରିତାବତ୍ ନିଶ୍ଚିତ ମିଳନ ତା' ପ୍ରିୟା ସାଗର,
ସଭିଏଁ ଏକ ! ଏକ ବ୍ରହ୍ମରୁ ଜାତ ଆସ୍ତିକ ହେଉ କି ନାସ୍ତିକ ।
