STORYMIRROR

Srabani Nath

Inspirational

2  

Srabani Nath

Inspirational

ନାରୀ

ନାରୀ

1 min
13.3K


ତୁମେ ହିଁ ତ ବାନ୍ଧି ପାର

ବିନ୍ଦୁ ଏ ସିନ୍ଦୂର ରେ

ପ୍ରାଣପ୍ରିୟ ର ତମାମ ଆୟୁଷ କୁ,

ତୁମେ ହିଁ ତ ସ୍ଥାପିପାର

କ୍ଷୁଦ୍ର ଜୀବରେଣୁ ରେ

ଦୀର୍ଘ ଜୀବନ ର କୋଣାର୍କ କୁ

ତୁମେ ପରା ସମ୍ପର୍କର ବନ୍ଧ ଟିଏ

ଛନ୍ଦିପାର ଏ କୂଳରୁ ସେ କୂଳଯାଏ

ମର୍ଯ୍ୟାଦା ର ଦେହ ବହି

ତୁମେ ହିଁ ତ ପ୍ରୀତିଛନ୍ଦା

ପ୍ରେମ ବାସ୍ନା ବାଣ୍ଟି ବାଣ୍ଟି

ଯେତେ ମନ ସବୁ ନିଅ ମୋହି

କେଉଁ କଳା ବା ଅଜଣା ତୁମକୁ?

ନିତି ନିତି ଯନ୍ତ୍ରଣାକୁ ପିଇ ପିଇ

ମୁଠାଏ ମାଟି ଦେହେ

ଜଡଟାକୁ ଯୋଡ଼ି ଦେଇ

ତୁମେ ପରା ପରଘର ଅଗଣା ତୁଳସୀ

ହସିହସି ଏନ୍ତୁଡ଼ିକୁ ପର କରି

କୋକେଇ ସଜାଡ ପରଘରେ

ଅଜଣା ମାଟି କୁ ନିଜ ଠାରୁ ବି ନିଜର କରି

କ'ଣ ଅବା ଦେଇଥାନ୍ତ ଆଉ!

ଭୋକକୁ ଭୋକିଲା ପେଟରେ ମାରି

ଲୁହ ସବୁ ଏକା ଏକା ନିଜର କରି

ଜୀବନକୁ ଲହୁ ସହ ନିଗାଡି ଦେଇ

ବଂଶରକ୍ଷା କର ନିଜ ଜୀବନ କୁ ସାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational