STORYMIRROR

Srabani Nath

Others

2  

Srabani Nath

Others

ସ୍ମୃତି ଭବିଷ୍ୟର

ସ୍ମୃତି ଭବିଷ୍ୟର

1 min
14K


ଆଜିର ଏ ମଧୁର ଚଞ୍ଚଳ ବର୍ତ୍ତମାନ

ଯୋଡାଯିବ ଆସନ୍ତାକାଲିର ଅତୀତ ପୃଷ୍ଠାରେ

ଯାହାକୁ ମନେପକାଇ

ତୁମେବି ଦିନେ ଆଉଜିବ ନିର୍ଜୀବ କାନ୍ଥ ଦେହରେ

ତୁମ ଲୋତକର ଗୁରୁ ଜୁଆରରେ

ଓଦା ହୋଇଯିବ ଗାଲ ଉପରର ମରୁବାଲି

ନିଜ ବିସ୍ମୃତିର ଅନାବନା ଅରଣ୍ୟ ମଧ୍ୟରେ

କରି ଚାଲିବ ମୋର ଅନୁସନ୍ଧାନ

ମୁଁ କିନ୍ତୁ ହଜିଯାଇଥିବି

ବିଗତ ସ୍ମୃତିର ନିବୁଜ କୋଠରୀ ରେ ।।।


Rate this content
Log in