STORYMIRROR

Manoj Mohanty

Inspirational

2  

Manoj Mohanty

Inspirational

ନାରୀ

ନାରୀ

1 min
14K


ଆରମ୍ଭ ନାରୀର ଜୀବନ ସଂଗ୍ରାମ 

ଜୀବନ ଆରମ୍ଭ ହେବା ଠାରୁ,,

ସେ ସଂଗ୍ରାମ ଧାରା ଶେଷ ହୋଇଥାଏ

ଜୁଈର ନିଆଁରେ ଜଳିବାରୁ,,,

ଝିଅଟେ ଆସିବ ସଂସାରକୁ ଜଦି

ସମାଜ ଟେକଇ ନାକ କାନ

ତେଣୁ, 

ଏନ୍ତୁଡି ଶାଳକୁ ଆସିବା ପୂର୍ବରୁ

ଗର୍ଭରୁ ଦିଏ ସେ ବଳିଦାନ

ବାଳୁତ କାଳରୁ ଖେଳିବା ବୟସେ

ବଳିଦାନ କରେ ନିଜ ଖୁସି,,,

ଭାଇ ଖୁସି ପାଇଁ ନିଜର ଖେଳଣା

ଭାଇକୁ ଦିଅଇ ହସି ହସି,,,

ମନ ମଣିଷକୁ ଭୁଲି ସେ ପାରଇ

ଘରର ସମ୍ମାନ ରଖିବାକୁ

ବଳିଦାନ ତାର କେହି ବୁଝନ୍ତିନି

ପଡେ଼, ଏକା ଏକା ତାକୁ କାନ୍ଦିବାକୁ

ସଂସାରକୁ ତାର ଖୁଆଇ ପିଅଇ

ନିଜେ ସେ ଭୋକରେ ସୋଇ ପାରେ

ମନର କୋହକୁ ଛାତି ତଳେ ପୋତେ

କିନ୍ତୁ ସନ୍ତାନ ଦୁଃଖ ନ ସହିପାରେ

ଜୀବନରେ ସନ୍ଧ୍ୟା ଆସିଯାଏ ତାର

ସଂସାର ଜଞ୍ଜାଳ ସାରୁ ସାରୁ

ଆରମ୍ଭ ନାରୀର ଜୀବନ ସଂଗ୍ରାମ 

ଜୀବନ ଆରମ୍ଭ ହେବା ଠାରୁ,,

ସେ ସଂଗ୍ରାମ ଧାରା ଶେଷ ହୋଇଥାଏ

ଜୁଈର ନିଆଁରେ ଜଳିବାରୁ,,,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manoj Mohanty

ନାରୀ

ନାରୀ

1 min ପଢ଼ନ୍ତୁ

Similar oriya poem from Inspirational