STORYMIRROR

Alok Prasad

Abstract

2  

Alok Prasad

Abstract

ନାରୀ ସୁରକ୍ଷା

ନାରୀ ସୁରକ୍ଷା

1 min
292

ଗଣତନ୍ତ୍ର ରାଷ୍ଟ୍ର ରେ , ନାରୀ ସୁରକ୍ଷା ନେଇ କେତେଯେ ଉଠାନ୍ତି ସ୍ୱର

ନାରୀ ଟିଏ ହୋଇ ଜନ୍ମିବା ପୂର୍ବରୁ , ମାତୃ ଗର୍ଭ ରେ ଚାପିଦିଅନ୍ତି , କୋମଳ ମତି କନ୍ୟା ଭୃଣ ର ସ୍ୱର

ନାରୀ ସୁରକ୍ଷା ଆଇନ ନାମରେ କେତେ ଯେ ଚାଲେ ନାରା ବାଜି, ନାରୀ ଟିଏ ହିଁ ନିଜେ ଅର୍ଥ ଲୋଭ ରେ ନାରୀକୁ ସମର୍ପିଦିଏ ନେତା ମନ୍ତ୍ରୀ ଙ୍କ କୋଳ

ନାରୀ ସଂମାନ ସହିତ ଏଠି , ନାରୀ ହିଁ କରୁଚି ଖେଳ, ମହିଳା କମିଶନ ଆଳରେ ନେତା ମନ୍ତ୍ରୀଙ୍କ ସହିତ ହେଉଛି ମେଳ

ନାରୀଟିଏ ଆଜି, ରାଜନୀତି ହେଉ କି ଚାକିରୀ , କେଉଁଥିରେ ନୁହଁ ସୁରକ୍ଷିତ, ନାରୀ ର ସଂମାନ ଏଠି ପ୍ରତି ମୁହୂର୍ତ୍ତରେ ହୁଏ ଲୁଣ୍ଠିତ

ତଦନ୍ତ ନାମରେ ଏଠି ବର୍ଷ ମାସ ଧରି ଚାଲେ ପିଡିତା ଉପରେ ଆହୁରି ଲାଂଛନା ର ପ୍ରହାର

ଆଇନ କେବେ ବୁଝିଚି କି ସେହି ନିରୀହ ନିଷ୍ପାପ , ହୃଦୟର କରୁଣ ରୋଦନ ର ସ୍ୱର

ଏଠି ସକାଳ ରୁ ରାତି ଯାଏ, ଗୋଟିଏ ନିର୍ଭୟା ନୁହଁ ଶହ ଶହ, ହଜାର ନିର୍ଭୟା ଲୁଣ୍ଠିତ ହେଉଛନ୍ତି ଆଇନ ଓ ରାଜନେତାଙ୍କ ଛତ୍ରଛାୟା ଆଢୁଆଳେ

ଆରେ ହେ ନାରୀ ସମାଜ , ଆସିଛି ଏବେ ସଂଗଠିତ ହେବାର ବେଳ, ନାରୀ ହୋଇ ନାରୀ କୁ କରନାହିଁ ଲାଂଛିତ , ନାରୀ ର ସୁରକ୍ଷା ପାଇଁ ନିଜ ଏକତା କୁ କର ସଂଗଠିତ

  

ଏହି କବିତା ଟି ନାରୀ ସୁରକ୍ଷା ଉପରେ ଆଧାରିତ । ଆଜିର ନାରୀ ହିଁ ମୂଖ୍ୟତଃ ନାରୀକୁ ଶୋଷଣ କରୁଛି । ଏଣୁ ନାରୀ ନାରୀ ର ଶତ୍ରୁ ନ ହୋଇ ଏକାଠି ହୋଇ ନାରୀର ସୁରକ୍ଷା ନିମନ୍ତେ ଏକ ହେବା । ଏହା ହିଁ ଏ କବିତାର ମୂଳ ମନ୍ତ୍ର


Rate this content
Log in

Similar oriya poem from Abstract