STORYMIRROR

Bidya dhar Das

Inspirational

3  

Bidya dhar Das

Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
130

ସ୍ଵର୍ଣପ୍ରସୂ ଓଡ଼ିଆ ଭୁଇଁରେ ଜନ୍ମିଛି ମୁହିଁ

ସୁନାମ ଅର୍ଜିବି ଆଜି ମୁଁ ସେ ବୀର ଭୂଇଁ ପାଇଁ।

ସେ ବୀର ବୀରଙ୍ଗନା ଓଡ଼ିଆଙ୍କ ରକ୍ତ

ପ୍ରସ୍ତୁତ କଲା ମୋତେ ହେବାକୁ ଜାତି ଭକ୍ତ।

ସ୍ବର୍ଗତ ବୀରପୁତ୍ର ଗୋପ ମଧୁ ସର୍ବେ

ଶ୍ରବଣ କଲେ ଛାତି ଫୁଲି ଉଠେ ହୋଇ ଗର୍ବେ।

ଓଡ଼ିଆ ସମାଜ ସଦା ଉନ୍ନତିର ମାର୍ଗରେ

ସର୍ବକ୍ଷେତ୍ରେ ଓଡ଼ିଆ ସମାଜ ରହିବ ଆଗରେ।

ଏ ଜାତିର ବୀର କର୍ମଠ ଅଶୋକ

କରୁଣାଭିମୁଖୀ ହୋଇଲେ ଧର୍ମାଶୋକ।

ଏଣୁ ମୁଁ କହେ ହୋଇ ତତ୍ପର

ମୋ ଜାତି ଟେକ ରହିବ ଯୁଗତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bidya dhar Das

Similar oriya poem from Inspirational