STORYMIRROR

Debabrata Samal

Inspirational

3  

Debabrata Samal

Inspirational

ମୁଁ କହୁଛି

ମୁଁ କହୁଛି

1 min
905


କି ଦୋଷ କରିଛି

କି ପାପ କରିଛି

ମତେ ମାରୁଅଛ କାହିଁ।

ଦୁନିଆଁ କ'ଣ ଜାଣି ନାହିଁ ମୁହିଁ

ତା'ଆଗୁ ମାରୁଛ କାହିଁ।

ମୁଁ କହୁଛି,ମୁଁ କହୁଛି,ମୁଁ କହୁଛି।


ମୋ ଭିତରେ ରହିଛି କେତେ ସମ୍ଭାବନା

ଆଗକୁ ବଢିବା ପାଇଁ

ଛୋଟ ବୀଜଟିଏ ସାଜିବି ମୁଁ ଦ୍ରୁମ

ଭବିଷ୍ୟତ ପିଢ଼ି ପାଇଁ।

ନୁହେଁ ମୁଁ ଅବଳା

ନୁହେଁ ମୁଁ ଦୁର୍ବଳା

ଯୁଗ ଯୁଗାନ୍ତର ପାଇଁ।

ମୁଁ କହୁଛି,ମୁଁ କହୁଛି,ମୁଁ କହୁଛି।


ରାଣୀ ଲକ୍ଷ୍ମୀବାଈ ସାଜିଥିଲି ମୁଁହି

ସାଜିଥିଲି ଦିନେ ତେରେସା ମୁଁହି।

ବିପଦ ରେ ମୁଁହି ସାଜିଛି ଦୁର୍ଗା ମା

ତାରିଛି କେବେ ମୁଁ ହୋଇ କାଳି ମା'ଆ।

ଦୁନିଆଁ ଜାଣିଛି

କେବେ ମୁଁ ଆସିଛି

ଧରା ପୃଷ୍ଠେ ଅବତରି।

ମୁଁ କହୁଛି,ମୁଁ କହୁଛି,ମୁଁ କହୁଛି।


ଯଶୋଦା, ଯମୁନା ସାଜି ଗଙ୍ଗାମାତା

ତାରିଛି କେବେ ମୁଁ ସାଜି ଗୌରୀ ମାତା।

ନୁହେଁ ଅବତାରୀ ତଥାପି କହୁଛି

ସାଜିବି ଦିନେ ଗୋ କଲ୍ୟାଣମୟୀ

ମାର ନାହିଁ ମତେ ମାର ନାହିଁ ଭାଇ

ଧରାପୃଷ୍ଠ ଦେଖିବାକୁ ଦିଅ ମତେ ଭାଇ।

ମୁଁ କହୁଛି,ମୁଁ କହୁଛି,ମୁଁ କହୁଛି।


ବଞ୍ଚିବାର ଅଛି

ସାଧିବାକୁ ଅଛି।

କେତେ ଯେ କ'ଣ

ଜିତିବାକୁ ଅଛି।

ବଞ୍ଚିବାକୁ ମତେ ଦେଉନାହଁ କାହିଁ।

କହୁନି ମୁଁ ମୋ ନିଜ ସ୍ବାର୍ଥ ପାଇଁ

କହୁଛି ମୁଁ ଜଗତର ସ୍ବାର୍ଥ ପାଇଁ।

ମୁଁ କହୁଛି,ମୁଁ କହୁଛି,ମୁଁ କହୁଛି।

ଦେବବ୍ରତ ସାମଲ, ସାହାଡ଼ା ପୁର,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational