Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Samal

Others

3  

Debabrata Samal

Others

ରଙ୍ଗର ପର୍ବ ହୋଲି

ରଙ୍ଗର ପର୍ବ ହୋଲି

1 min
238



ଐତିହ୍ୟ ସମ୍ପନ୍ନ  ମୋ ଭାରତବର୍ଷ

କେତେ ଭିନ୍ନ ପର୍ବଗଣ

ହିରଣ୍ୟକଶିପୁ   ହୋଲିକା ଦହନ

 ଭକ୍ତ ପ୍ରହ୍ଲାଦ ରକ୍ଷଣ।


ବ୍ରହ୍ମାଣ୍ଡର ପତି   ବିଷ୍ଣୁ ମହାପ୍ରଭୁ

କରିଲେ ଗର୍ବର ଖର୍ବ

ଇତିହାସ କହେ   ଏଣୁ ନର ନାରୀ

ଖେଳିଲେ ହୋଲିର ପର୍ବ ।


ଗୋପ ନରନାରୀ  ସଙ୍ଗେ ବୃନ୍ଦାବନ

ଖେଳନ୍ତି ପ୍ରେମର ରଙ୍ଗ

ବିଶ୍ଵ ଶାନ୍ତି ମୈତ୍ରୀ   ବିଶ୍ଵ ଭାତୃତ୍ବରେ

ହୁଅନ୍ତି ସଭିଏଁ ସଙ୍ଗ ।


ଆସିଛି ଫଗୁଣ   ଖୁସି ଛଅ ଗୁଣ

ରଙ୍ଗ ଅବିରର ଖେଳ

କୃଷ୍ଣଚୂଡ଼ା ଫୁଲ   ପଳାଶର ରୂପ

ତା ସାଥେ ଆମ୍ବ ବଉଳ ।


ଫଗୁଣ ମାସର  ପୂର୍ଣ୍ଣିମା ତିଥିରେ

ପାଳନ୍ତି ନବ ଉଲ୍ଲାସେ

ଛାଡ଼ି ରାଗ ଦୋଷ  ପାଆନ୍ତି ସନ୍ତୋଷ

ଭାଇଚାରାର ଏ ସ୍ପର୍ଶେ ।



    



Rate this content
Log in