STORYMIRROR

kshiranjali sahu

Abstract Tragedy

3  

kshiranjali sahu

Abstract Tragedy

ମୃତ୍ୟୁର

ମୃତ୍ୟୁର

1 min
194

 ଚତୁର୍ଦ୍ଦଗେ ଶ୍ରାବିତ ମୃତ୍ୟୁର ସ୍ଵର

କରେ ନାହିଁ କେବେ କାହା ପ୍ରତି ଭେଦ ଭାବ

ଚାହିଁ ଥାଏ ସଭିଙ୍କୁ ସମ ଦୃଷ୍ଟିରେ

ଆଲିଙ୍ଗନ କରିନିଏ କାଳର ଗତିରେ।।

ସବୁଠାରୁ ଅତି ଆପଣାର ସିଏ

ଛାଡିବନି କେବେ କାହାକୁ ଯିଏ,

ଚଞ୍ଚଳ ମନକୁ ଶାନ୍ତ କରିଦିଏ

ବକ୍ଷେ ତା ଜାବୁଡ଼ି ଚିରକାଳ ଯିଏ।।

ଛଟପଟ ମଣିଷର ଯନ୍ତ୍ରଣା ଯେତେ

ଚିରଦିନ ଥମିଯାଏ ଲୋଟି ତା କୋଳେ,

ଜୀବନର ଚଲାପଥେ ସାଥୀ

ଆଜୀବନ ଛାଡେ ନାହିଁ ହାତ ଯେ, ମୃତ୍ୟୁ ତା ନାମ।।

ଅନାବନା ଦୁଃଖେ କଷ୍ଟେ ଲୋଡ଼େ ତାକୁ ମନ

ଆନନ୍ଦର ଲହରୀ ରେ କରେ ପ୍ରତ୍ୟାଖ୍ୟାନ

ଅନ୍ୱେଷଣ ମାନବର ଲକ୍ଷ୍ୟ ଯେ ଅନେକ;

ତଥାପି ଶେଷସ୍ଥଳ ମୃତ୍ୟୁ ର ହିଁ କୋଳ।।

ଜଣାନାହିଁ କେତେବେଳେ ଡାକିବ ହାତଠାରି

ଆସି ସେ ନେଇ ଯିବ ମୋହ ମାୟାରୁ ଉଦ୍ଧାରି

ପ୍ରଶ୍ବସ୍ତିର ନିଦ୍ରାରେ ଶୋଇ ଯିବ ନେତ୍ର

ମୃତ୍ୟୁ ସେ ମୃତ୍ୟୁ! କାହା ଛାଡ଼ିବନି ସଙ୍ଗ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from kshiranjali sahu

Similar oriya poem from Abstract