STORYMIRROR

Truptimayee Behera

Inspirational Children

4  

Truptimayee Behera

Inspirational Children

ମୋର ବାବା

ମୋର ବାବା

1 min
288

ଆମ ପାଞ୍ଚ ଭାଈ-ଭଉଣୀକୁ ଯିଏ ପାଖରେ ବସେଇ ତାଙ୍କସାଥିରେ ଆମକୁ ଖୁଆଇ ଦିଅନ୍ତି,

ସେ ହେଉଛନ୍ତି ମୋର ବାବା!

ରାତିରେ ନଖାଇ ଉପାସରେ ଶୋଇପଡିଲେ 

ଯିଏ ନିଦରୁ ଉଠାଇ ଆମକୁ ଖୁଆଇ ଦିଅନ୍ତି,

ସେ ହେଉଛନ୍ତି ମୋର ବାବା!

ଦୂରରେ ଚାକିରୀ କରିଥିବାରୁ ପ୍ରତିଦିନ ପାଖରେ ରୁହନ୍ତିନି, ସପ୍ତାହକୁ ଥରେ ଆସି 

ଯିଏ ଆମର ସବୁ ଫରମାଇସ୍ କୁ ପୁରା କରିଦିଅନ୍ତି,

ସେ ହେଉଛନ୍ତି ମୋର ବାବା!

ଆମକୁ ପାଖରେ ବସାଇ 

ନିଜ ଅନୂଭୂତିର କାହାଣୀ ଯିଏ ଶୁଣାନ୍ତି,

ସେ ହେଉଛନ୍ତି ମୋର ବାବା!

ନିଜ ବ୍ୟସ୍ତ ବହୁଳ ସମୟ ଭିତରୁ ସମୟ କାଢି 

ଆମ ସହିତ ଯିଏ କ୍ୟାରମ୍,ଲୁଡୁ,ଚେସ୍ ଖେଳନ୍ତି,

ସେ ହେଉଛନ୍ତି ମୋର ବାବା!

ଆମ ଅଳି ଅଝଟ ସବୁ ସହିଯାନ୍ତି, 

ଆମ ଉପରେ କେଭେ ରାଗ ହୁଅନ୍ତିନି,

ସେ ହେଉଛନ୍ତି ମୋର ବାବା!

ଆମ ପାଠପଢାରେ, ପୋଷାକ ପତ୍ରରେ, ଚଳିବାରେ 

କେବେ ଅଭାବ ହେବାକୁ ଦିଅନ୍ତିନି,

ସେ ହେଉଛନ୍ତି ମୋର ବାବା!

ସାଇକଲ୍ ଠାରୁ ଆରମ୍ଭ କରି 

ସ୍କୁଟି ଚଲେଇବା ଯିଏ ଶିଖାଇ ଦିଅନ୍ତି,

ସେ ହେଉଛନ୍ତି ମୋର ବାବା!

ତିରିଷ ଟଙ୍କା ବଞ୍ଚେଇବା ପାଇଁ, 

ରିକ୍ସା ନ କରି 

ଯିଏ ବସଷ୍ଟାଣ୍ଡ୍ ରୁ ଓହ୍ଲେଇ 

ଚାଲିଚାଲି ଘରକୁ ଆସନ୍ତି,

ସେ ହେଉଛନ୍ତି ମୋର ବାବା!

ପ୍ରତିଟି ପର୍ବପର୍ବାଣୀରେ ଆମ ପାଇଁ ନୂଆ ଡ୍ରେସ୍ କରି 

ଯିଏ ନିଜେ ପୁରୁଣା ପିନ୍ଧନ୍ତି,

ସେ ହେଉଛନ୍ତି ମୋର ବାବା!

ଆମ ମାନଙ୍କୁ ମଣିଷ କରିବା ପାଇଁ 

ଯିଏ ପ୍ରତିଦିନ ଖଟିଖଟି ପରିଶ୍ରମ କରନ୍ତି,

ସେ ହେଉଛନ୍ତି ମୋର ବାବା!

ଆମମାନଙ୍କୁ ଯିଏ ବହୁତ ଭଲପାନ୍ତି,

ସେ ହେଉଛନ୍ତି ମୋର ବାବା........

ମୋର ବାବା.......ମୋର ବାବା.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Truptimayee Behera

Similar oriya poem from Inspirational