STORYMIRROR

PRADIPTA NAYAK

Inspirational

3  

PRADIPTA NAYAK

Inspirational

ମୋ ମାଟିର ପତାକା

ମୋ ମାଟିର ପତାକା

1 min
159


    ମାନ ଥରେ ବାରେ ମୋ ଦେଶ ମାଟିରେ

    ଦେଶର କଳଙ୍କ ଟଳି ପଡିବେ ଶାନ୍ତିରେ।

     ଦେଶର ଧନକୁ ନ ଦିଅ ବେଦନା 

     ରଖ ହେ ମହତ ଓଡିଆ ଭାବନା।

     କଣ୍ଟାର ଆଘାତ ଫୁଲ ଦେଇ ଦିଅ

     ନ ଦିଅ କାହା ଦେଶ ମାନକୁ ବେଦନା।

      ରଖ ହେ ସନ୍ତାନ ଗାନ୍ଧି ଙ୍କ ମହତ

       କାହାରି ମଥାକୁ ନକର ଆହତ।

    ଅହିସାଂ ଆନ୍ଦୋଳନ ବ୍ରତ କରହେ ଧାରଣ

    ରଖହେ ଓଡିଆ ଆମ ଜାତୀୟ ପତାକା ର ମାନ।

      ସେ କରନ୍ତୁ ଆମ ଦେଶ ଜାତିକୁ ବାରଣ

       ଆମେ ନ କରିବା ଏହା ମନେ ଗୁଣ।

       କୁକୁର କାମୁଡେ ପାଗଳା ହୋଇଣ

        ଆମେ କି କାମୁଡୁ ସବୁତ ଜାଣିଣ।

        ଦିଅନ୍ତୁ ସେମାନେ ଆମକୁ କଷଣ

     କାହା ଜାତୀୟ ବାନାକୁ ନ ଦେବା ଅପମାନ।

        

ଏତିକି ପ୍ରାର୍ଥନା କରେ ଦେଶଜନ 

       ଆମ ଓଡିଶା ର ଜନ ଓଡିଆ ସମ୍ମାନ।

       ତାଙ୍କ ମାଟି ଆସି ଆମ ମାଟିରେ ଲାଗିଛି

       ଆମ ପବନଯେ ତାଙ୍କ ଦେହରେ ଲାଗୁଛି।

        ଆମେ ହେଲେ ରାମ ସେମାନେ ରାବଣ

       ନିଶ୍ଚେତ ହୋଇବେ ଏଇ ମାଟିରେ ବିଲିନ।

        ଭାରତ ମାତାର ଦିନେ ରହିବ ସମ୍ମାନ

         ମହିରେ ଉଡିବ ଆମ ତ୍ରିରଙ୍ଗାର ମାନ।

        ଆମେତ ଓଡିଆ ମାଟିର ଅହିସାଂ ର ସେନା

        ନ କରୁ ଆମେତ କାହାକୁ ହିସାଂର ଭାବନା

             ( ବନ୍ଦେ ଉକ୍ତଳ ଜନନୀ)

              ଭାରତ ମାତାକି ଜୟ...

ହେ ମାଟି ମାଆର ସନ୍ତାନ ମାନେ ଆମେ ସମସ୍ତେ ସଚେତନ ଓ ସ୍ଵାଧିନ, ଏଣୁ ଏହି କବିତାଟିକୁ ବୁଝିପାରିବା ଓ ଜାତୀୟ ପତାକା ର ମାନ ରକ୍ଷାକରିବାକୁ ଶପଥ ନେବା।



Rate this content
Log in

Similar oriya poem from Inspirational