ମୋ ମାଟି ମାଆ
ମୋ ମାଟି ମାଆ
ଯେଉଁ ଦେଶ ପାଣି ଆଲୋକ ପବନ
କରିଅଛି ମୋତେ ବଡ
ସେହି ଦେଶ ମାଆ ମୋ ଭାରତବର୍ଷ
ନୁହଇଁ ସେ ମାଟି ଜଡ।
ପ୍ରତି ଧୂଳିକଣା ଅଟଇ ପବିତ୍ର
ଅସୀମ ଜନତା ଶକ୍ତି
କଳା ଓ ସାହିତ୍ୟ ପରମ୍ପରା ଯେତେ
ରଙ୍ଗ ରାସ ଦିଏ ଶାନ୍ତି।
ମୋ ମାଟି ମାଆକୁ ଭଲ ପାଇବାକୁ
ପାଇଛି ମହାନ ଶିକ୍ଷା
ପୂର୍ବ ସୂରୀ ମାନେ ନେଇ ଥିଲେ ଦିନେ
ଦେଶ ପ୍ରେମ କେତେ ଦୀକ୍ଷା।
ଭାରତୀୟ ଭାବେ ଗର୍ବ ବହୁଅଛି
ତ୍ରିରଙ୍ଗା ପତାକା ତଳେ
ଶାନ୍ତି ଅହିଂସାର ପ୍ରତୀକ ଆମେରେ
ଦେଶ ପ୍ରେମ ବହ୍ନି ଜଳେ।
ଆମେ ଭାରତୀୟ ଆମରି ଏକତା
ଯୁଗ ଯୁଗ ଧରି ଅଛି
ଶୃଙ୍ଖଳା ବ୍ୟବସ୍ଥା ସୁନ୍ଦର ଭାବରେ
ବିଶ୍ଵ ମନ ମୋହୁଅଛୁ।