STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ମୋ କାଶ୍ମୀର ହସିବ

ମୋ କାଶ୍ମୀର ହସିବ

1 min
280


ଆସିଛି ନୁଆ ସକାଳ ପ୍ରଗତୀର ବାଟ ଖୋଲିବ

କାଶ୍ମୀର ଭୂସ୍ୱର୍ଗେ ଜନଗଣ ପୁଣି ଶାନ୍ତିର ଗୀତ ଗାଇବ

ଧନ୍ଯ ଆମ ପ୍ରଧାନମନ୍ତ୍ରୀ ଧନ୍ୟ ତାଙ୍କ ସାହସିକତା

ଭାରତୀୟ ଭାବେ ଗର୍ବିତ ମୁହିଁ ନିଶ୍ଚେ ତୁମେ ବି ଗର୍ବ କରିବ

ବିଛିନ୍ନତାବାଦ ହଟିବ ପ୍ରକୃତି କୋଳେ ହସଫୁଲ ଫୁଟିବ

ମୋ' କାଶ୍ମୀର ହସିବ, ମୋ' କାଶ୍ମୀର ହସିବ। । ୧।


୭୦ ବର୍ଷର ଲୁହଲହୁ ଆଉ କୁତ୍ସିତ ଖେଳ ସରିବ

ଯୁବଗଣ ବିକାଶ ପଥରେ ଚାଲିବାକୁ ପଣ କରିବ

ନଥିବ ଆତଙ୍କ ବାତାବରଣ ନଥିବ ଗୁଳିର ଶବଦ

ଶାନ୍ତି ଓ ପ୍ରଗତୀ ମାର୍ଗ ରେ ତ୍ରିରଙ୍ଗା ସମ୍ମାନ ବଢିବ

ଶିକ୍ଷା କୁ ଆଦରି କାଶ୍ମୀରକୁ ସେ ଆହୁରି ସୁନ୍ଦର କରିବ

ମୋ' କାଶ୍ମୀର ହସିବ, ମୋ' କାଶ୍ମୀର ହସିବ। । ୨।


ବିଶ୍ୱ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ କାଶ୍ମୀର ଆଗକୁ ବଢିବ

ସରକାର ଆଉ ଜନତା ମିଶିଲେ ଗଣତନ୍ତ୍ର ଶକ୍ତ ହୋଇବ

ତ୍ରିରଙ୍ଗା ଫରଫର ଉଡି଼ବ ସବୁ ପରିବାରର ହେବ ଉନ୍ନତି

ସୀମାର ସୁରକ୍ଷା ଭାରତ ଦେଶର ଆହୁରି ସୁଦୃଢ଼ ହେବ

ସବୁ ଆତଙ୍କୀ ଭାରତୀୟ ସେନା ଆଗରେ ମୁଣ୍ଡ ନୋଇଁବ

ମୋ' କାଶ୍ମୀର ହସିବ, ମୋ' କାଶ୍ମୀର ହସିବ। । ୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational