ମୋ ବୋଉ
ମୋ ବୋଉ
ବୋଉ ତୋ ମୁହଁକୁ ଦେଖିଦେଲେ ଥରେ
ଅଶୁଭ ହୁଅଇ ଶୁୁଭ,
ଏ ସାରା ଜଗତେ ଆମ ବୋଉ ପରି
କହ ଆଉ କିଏ ହବ।
ତୋର କଥା ମାନି ବାଟ ଚାଲୁଥିଲେ
କଣ୍ଟା ବି ହୁଅଇ ଫୁଲ,
ତୋ ସ୍ନେହ ମମତା ତୋ ଗେହ୍ଲା ଆଦର
କିଏ ବା କରିବ ମୂଲ।
ଆଜି ଶୁଭଦିନେ। ଅଳି ମୋର ପ୍ରଭୁ
ତୁମ ଶ୍ରୀ ଚରଣ ତଳେ,
ଯୁଗେ ଯୁଗେ ମୁୁୁହିଁ ଜନମୁ ଥିବି ମୋ
ସ୍ନେହମୟୀ ବୋଉ କୋଳେ।
