STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀ

1 min
528


ଜାତିର ପିତା ଗାନ୍ଧିଜୀ ଆମର

ତୁମରି ଚରଣେ ଘେନ ପ୍ରଣତି ମୋହର

ଗୁଜୁରାଟ ର ପୋର୍ ବନ୍ଦର ରେ ତୁମେ ଜନମ ନେଲ

ମୋହନ ଦାସ କରମ୍ ଚାନ୍ଦ୍ ଗାନ୍ଧୀ ରୂପେ ବିଖ୍ୟାତ ହେଲ

ତୁମେ ସତ୍ୟ ଅହିଂସା ର ପୂଜାରୀ ହୋଇ ଥିଲ

ଦେଶ ସେବା କରିବାରେ ପିଲା ବେଳୁ ମନ ଲଗାଇଲ

ତୁମେ ପିତା ମାତା ଙ୍କ ସେବା କରିଥିଲ

ଜୀବନ ରେ ସଦା ସତ୍ୟ ବଚନ ତୁମେ କହିଲ

ତୁମେ ଗୋରା କଳା ଭେଦ ଭାବ ଦୂର କରିଥିଲ

ତୁମେ ବିଦେଶ କୁ ବି ଯାତ୍ରା କରିଥିଲ

ଯେବେ ଆମ ଦେଶେ ଫିରିଙ୍ଗି ଶାସନ ଚାଲିଥିଲା

ଅନ୍ୟାୟ ଅତ୍ୟାଚାର ଦେଖି ତୁମ ସ୍ୱର ଉଠିଥିଲା

ତୁମେ ସାବର ମତି ଠାରେ ଆସ୍ରମ କରିଥିଲ

ଲବଣ ସତ୍ୟା ଗ୍ରହ ନାମେ ଦାଣ୍ଡି ଯାତ୍ରା ଆରମ୍ଭ କଲ

ତୁମରି ପ୍ରେରଣାପାଇ ଲୋକେ ବିଦେଶୀ ବସ୍ତୁ ତ୍ୟାଗ କରିଥିଲେ

ସ୍ଵଦେଶୀ ଆପଣଇ ତୁମ କଥା ମାନିଲେ

ତୁମେ ଅସୋହଯୋଗ, ଭାରତ ଛାଡ଼

ପରି ଆନ୍ଦୋଳନ କରିଥିଲ

କେତେ କଷ୍ଟ ସହି ବନ୍ଦୀ ଗୃହେ ରହି ଥିଲ

ତୁମେ କସ୍ତୁରି ବାଇ ଙ୍କୁ ବିବାହ କରିଥିଲ

ଦେଶ ସେବା କରିବା ଶିଖାଇ ଥିଲ

ଶ୍ରୀମଦ୍ ଭଗବତ ଗିତା ତୁମେ ସଦା

ପଢୁଥିଲ ସମୟାନୁବର୍ତ୍ତିତା ଗୁଣ କୁ ସଦା ରଖିଥିଲ

ତୁମ ପାଇଁ ଆମ ଦେଶେ ତିରଙ୍ଗା ପତାକା ଉଡିଲା

ଭାରତ ଆମ ଜନ୍ମ ଭୂମି ସ୍ଵାଧିନ ହୋଇଲା

ତୁମ ପରି ଦେଶ ସେବା ରେ ଆମ ମନ ସଦା ଲାଗି ରହୁ

ହେ ମହା ମାନବ ମହାତ୍ମା ଏତିକି କରୁଣା ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational