STORYMIRROR

SWARNAPRAVA MAHAPATRS

Inspirational

4  

SWARNAPRAVA MAHAPATRS

Inspirational

ମାତୃଦିବସ ଉପଲକ୍ଷେ କବିତା ଟିଏ

ମାତୃଦିବସ ଉପଲକ୍ଷେ କବିତା ଟିଏ

1 min
312

ମାଆ ତୁମେ ମମତମୟୀ,

ଅସୀମ ପ୍ରେମର ଗନ୍ତାଘର

ତୁମେ ମୋ ପରମ ପୂଜ୍ୟ।, 

ମୋ ମନରେ ଗଢିଛି ତୁମରି ମନ୍ଦିର।

  

ମନେ ପଡେ ପିଲାଦିନ କଥା

ତୁମ ହାତ ଧରି ଶିଖିଲି ମୁଁ ଚାଲି

ଯେତେବେଳେ ଯାହା ଚାହେଁ

ତୁମେ କୋଳେ ପୁଣି କରୁଥିଲି ଅଳି।


ତୁମରକୋମଳ ସ୍ପର୍ଶ

ମୋତେ ଲାଗେ ସତେ ଅବା ପରସମନି

କି ଅପୂର୍ବ ଆନନ୍ଦ ସେଥିରେ,

ମୋ ବିସାଦ ମନକୁ କରେ ଆନନ୍ଦିତ ପୁଣି।


କେତେ ଅଝଟ ହୋଇଛି, କେତେ ଭୁଲ ମୁଁ କରିଛି,

ତୁମେ ମତୃତ୍ୱକୁ ଦ୍ୱାହି ଦେଇ ,

ତୁମେ ମନରେ କର୍କଶ ଆଘାତ ଭରିଛି।


ତଥାପି ତୁମ ହୃଦୟରୁ ,

ସବୁବେଳେ ଅମୃତର ଧାରା ଝରିଆସିଛି,

ମୋ ଆଖିରେ ଟୋପାଏ ଲୁହ ଦେଖିଦେଲେ ,

ତୁମ ଚକ୍ଷୁରୁ ଅଜସ୍ର ଅଶ୍ରୁ ବୃଷ୍ଟି ହୋଇଛି,

ଦୁଃଖ ଯାତନରେ ପୀଡ଼ିତ ମୋ ପ୍ରାଣକୁ,

ତୁମ ପ୍ରେମ ଭରା କୋଳ ଆଲିଙ୍ଗନ କରିଛି


ଉଚ୍ଚ ଶିକ୍ଷା ଦେଇ ମୋତେ ସ୍ବାବଲମ୍ବୀ କରିଛ,

ମୋ ଭବିଷ୍ୟତ ଗଢ଼ିବା ପାଇଁ ,

ନିଜ ଜୀବନକୁ ତିଳ ତିଳ କରି ମାରିଛ।


ମୁଁ ନିଜ ସୁଖ ସଂସାରରେ ବେଶ୍ ଆରାମରେ ଅଛି,

ତୁମ ଜର ବ୍ୟାଧିରେ ମୁଁ କଣ ବା କରିଛି?

ଧିକ ଏ ଜୀବନ ତଥାପି ବୁଝିନି,

କିନ୍ତୁ ତୁମ ମମତା ମଳିନ ପଡିନି।


ତୁମ ପରି କଣ ମା ଟିଏ ହୋଇ ପାରିବି?

ତୁମ ପ୍ରେମ ଓ ତ୍ୟାଗର ମୂଲ୍ୟ କଣ ଦେଇ ପାରିବି?


ଆଧୁନିକତା ରେ ଯୁଦୁବୁଡୁ ଯୁବ ସମାଜକୁ

ମୁଁ ଏତିକି ନିବେଦନ କରୁଛି,

ମା ଓ ତାର ମତୃତ୍ବକୁ ମାତୃଭୂମି ଓ ମାତୃଭାଷାକୁ 

ସମ୍ମାନ କର ହୃଦୟଙ୍ଗମ କର 

ବିଶ୍ଵ ମାତୃ ଦିବସରେ ମୁଁ ଏତିକି ଆହ୍ବାନ କରୁଛି


ମା ତୁମେ ମାମତମୟୀ ଅସୀମ ପ୍ରେମର ଗନ୍ତାଘର

ତୁମ ଚରଣରେ ମୁଁ ଶତବାର ନମନ କରୁଛି।

ତୁମ ଚରଣରେ ମୁଁ ଶତବାର ନମନ କରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational