ମାନବ ସେବା ହିଁ ମାଧବ ସେବା
ମାନବ ସେବା ହିଁ ମାଧବ ସେବା
କେଉଁ ଜନମର
ପୂଣ୍ୟ ବଳରେ
ପାଇଛୁ ନର ଜନମ
କିଛି ଭଲ କରି
ଏ ସମାଜ ପାଇଁ
କରରେ ମହତ କର୍ମ l
ନର ହୋଇ ନର
ସେବା ନକରିଲେ
ତୁଚ୍ଛ ମାନବ ଜନ୍ମ
ପ୍ରତି ମାନବର
ସେବା କରୁଥିବା
ମନରେ ନରଖି ସ୍ବାର୍ଥ l
ଭଗବାନ ସେବା
ନକଲେ ଚଲିବ
କରିଲେ ମାନବ ସେବା
ପ୍ରଭୂ ନାରାୟଣ
ସନ୍ତୁଷ୍ଟ ହୋଇବେ
ତାହାହିଁ ମାଧବ ସେବା l
