ମାଆର ମମତା ତଳେ
ମାଆର ମମତା ତଳେ
ଶ୍ମଶାନରେ ଶବ ପଡିଛି ଦେଖ
ଆପଣାର କେହି ନାହିଁ
ଆପଣାର ବୋଲି ଝିଅଟିିଏ ଆଛି
କାନ୍ଦୁଛି କଇଁ କଇଁ ।।
ଆହା କରିିବାକୁ କେହି ନାହିଁ ତାର
ଦେବାକୁ ଟିକେ ଅଗ୍ନି
ସମସ୍ତେ ଦେଖି ଅଣଦେଖା କରି
ଚାଲିି ଗଲେ ନିଜ ପାଇଁ ।।
ଶ୍ମଶାନରେ ପଡିିଛି କେତେ ଯେ
ହାଡ଼,ପାଉଁଶ, ଭଙ୍ଗା କୁଳା,ଭଙ୍ଗା ମାଠିଆ
ନିଶାରେ ନିଶାଚ ରଡେ କିଳି କିଲା
ଶୃଗାଳର ବିକଟ ରଡ଼ି ରେ ଛାତି ଥର ହରା ।।
ଛୋଟ ଝୀଅଟି ଜାଣିିିନି କିଛି
କାନ୍ଦୁଛି କଇଁ କଇଁ
ମାଆ ମାଆ ବୋଲି କେତେ ଯେ ଡାକୁଛି
ମାଆ ତ ଶୁଣୁ ନାହିଁ ।।
କାହା ପାଇଁ କିଏ ଅଛି ଏ ସଂସାରେ
ପୋଛିବ ଏ ଛୁଆର ଲୁହ
ନିଜ ହାତେ ନିଜେ ନିଜ ଲୁହ ପୋଛି
ମାଆ ପାଖେ ହଉଛି ଗେଲ ।।
ଜାଣିିିନି ବୋଧେ ତା ମାଆ ଆଉ ନାହିଁ
ହେଲେ ଶୋଇଛି ମାଆ କୋଳେ
ମାଆ ର ପଣତ ଢାଙ୍କି ହେଉଛି
ମାଆ ର ମମତା ତଳେ ।।
କେଜାଣି କଉଠୁ ଆସିଲେ ଦି ଜଣ
ତା ମାଆକୁ ଦେଲେ ଅଗ୍ନି
ଝିଆଟି କିଛି ଜାଣିନି ବୋଲି
କାନ୍ଦୁଛି ବାହୁନି ବାହୁନି ।।
ଜୀବନ ଯାପନ ଅନାଥ ଆଶ୍ରମେ
ବାହାସାହା ହୋଇ ଜୀବନ ଗଢିଲା
ଅସମ୍ଭବ ପରି ଲାଗୁଛି ସିନା
ମିଛ ନୁହେଁ ସତ ଏ କଥା ।।
ମାଆ ତ ମମତାମୟୀ
ଶାନ୍ତି ରୂପେ ତୁହି
ନାରାୟଣୀ ସେ ତ
ଯୁଗେ ଯୁଗେ ଚିରଞ୍ଜିବି ।।
