Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotshna Prusty

Inspirational Others

2  

Jyotshna Prusty

Inspirational Others

Maa

Maa

1 min
7.0K


କିଏ ଅଛି ମୋର ତୁମପରି ମାଆ,

ଜଗତ ମରୁ ସଂସାରେ ।

ଆସ ଅବତାରି ଏ ଧରାଧାମକୁ,

ସ୍ମରି ସ୍ମରଣରେ ଝୁରେ ।।(୧)


ତୁମେ ଆଦିଶକ୍ତିଦେବୀ କାତ୍ୟାୟନୀ,

ସ୍ନେହମୟୀ ଦିବ୍ୟରୂପା ।

ତୁମେ କାଳେଶ୍ଵରୀ ଦୁଃଖ ବିନାଶିନୀ,

ସଭିଙ୍କ ହୃଦୟେ ଛପା ।।(୨)


ମଙ୍ଗଳକାରିଣୀ ଦୈତ୍ୟ ସଂହାରିଣୀ,

ଦୀପ୍ତ ପ୍ରଜ୍ଜ୍ଵଳିତ ଶିଖା ।

ଶୁଭସୁମନରେ ବ୍ୟାକୁଳ ହାରିଣୀ,

ସୌଭାଗ୍ୟ ସିନ୍ଦୁରେ ଲେଖା ।।(୩)


ଆଞ୍ଚଳରେ ମାଆ ଘୋଡାଇ ରଖିବ,

ଏ ନନ୍ଦିନୀ ଆତ୍ମ ବ୍ୟଥା ।

ପଦରେଣୁ ଧାରେ ପଡ଼ି ରହି ଥିବ,

ବିନମ୍ର ବିନତି ଗାଥା ।।(୪)


ଯେବେ ଫେରିଯିବି ମରତ ମଣ୍ଡଳୁ,

ଦେଇ ପୂଣ୍ୟଲିପି କିଛି ।

ସ୍ମୃତିରେ ସ୍ଵଜନ ଚେତନା କଅଁଳୁ,

ପ୍ରସ୍ଫୁଟିତ ସ୍ମୃତି ବାଛି ।।(୫)


ଦୟାମୟୀ ମା ଗୋ ତୁମରି ଶରଣେ,

ରଚନାରେ କବିପ୍ରାଣ ।

ଆତ୍ମସନ୍ତୁଷ୍ଟିର ଭାବନା ପ୍ରବଣେ,

ଲେଖନୀରେ ପରିତ୍ରାଣ ।।(୬)



Rate this content
Log in

More oriya poem from Jyotshna Prusty

Similar oriya poem from Inspirational