ସାଧବ ବୋହୂ
ସାଧବ ବୋହୂ
ନାଲି ଟୁକୁଟୁକୁ ସାଧବ ବୋହୂ ମୁଁ ,
ନାଲି ପାଟ ମୋ ଓଢଣା ।
ହାତରେ ନାଇଛି ନାଲି ଶଙ୍ଖା ହଳେ ,
ନାକରେ ହୀରକ ଗୁଣା ।।(୧)
ପାଦ ଅଳତା ମୋ ବାରି ହୋଇ ଯାଏ ,
ଯେବେ ଯାଉ ଥାଏ ଚାଲି ।
କଅଁଳ ପତର ଘାସ ଗାଲିଚାରେ ,
ମଥାକୁ ନୁଆଁଏ ବୋଲି ।।(୨)
ଝିଲିମିଲି ଦିଶେ ସୀମନ୍ତ ସିନ୍ଦୁର ,
ସତେ କି ସୁନ୍ଦର ଚାନ୍ଦ ।
ରୁଣୁଝୁଣୁ ମୋର ପାଉଁଜି ବାଜଣା ,
ଯୁଗ ତ ହେଲାଣି ମନ୍ଦ ।।(୩)
ଦିନ ଦିନୁ ଜାଣ ଅଦୃଶ୍ୟ ହେଲିଣି ,
ବିରଳ ପ୍ରଜାତି ଗଣେ ।
ଜତନ ତ କେହି କରିଲେ ନାହିଁ ହେ ,
ସରିଯିବି କେଉଁ କ୍ଷଣେ ।।(୪)
ବଢିଲା ଉତ୍ତାପ ଧରଣୀ ସଂସାରେ ,
ବୁଝିବେ ବା କାହୁଁ କେହି ।
ଋତୁ ଗୁଡ଼ିକ ଯେ ବଦଳି ଯାଉଛି ,
ମାନଵ ର ବୋଝ ସହି ।।(୫)
ସ୍ନେହ ମମତାଟେ ମୋ ପାଇଁ ଦୁର୍ଲଭ ,
କେତେ ହିନୀମାନେ ବଞ୍ଚେ ।
ତଥାପି ଜୀବନ ଦେଖାଇ ସଭିଙ୍କୁ ,
କେଉଁ କୋଟି ନିଧି ସଂଚେ ।।(୬)
ଭବିଷ୍ୟତ ମୋର କିଏ ସେ ଲେଖିଲେ ,
ବିଡ଼ମ୍ବନା ପୃଷ୍ଠା ପରେ ।
ନିରବ ନିଷ୍ପତ୍ତି କିଏ ଗଣିଦେଲେ ,
ଲେଖିବାକୁ ଲେଖନୀ ରେ ।।(୭)
(ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ସୌଭାଗ୍ୟ ନଗର ,ୟୁନିଟ-୮,ଭୁବନେଶ୍ବର )