STORYMIRROR

MANAS RANJAN GOCHHAYAT

Abstract

2  

MANAS RANJAN GOCHHAYAT

Abstract

ଲାଞ୍ଚୁଆ

ଲାଞ୍ଚୁଆ

1 min
403

କର୍ମ କ୍ଷେତ୍ର ର ମରୁଭୂମି ରେ

ନୀରବ ଚିତ୍ତ ରେ ଗୁମ ମାରି ବସିଥିଲା ବେଳେ, 

ଧୂମ ଧୂମାୟିତ ଦିଗବଳୟରୁ 

     ଉଙ୍କିମାରିଲା ଗୋଟିଏ ସୁନ୍ଦରୀ ଲଳନା

ଧିରେ ଧିରେ ସେ ନିକଟବର୍ତ୍ତୀ ହେଲା 

ମୋର ହୃତସ୍ପନ୍ଦନ ବି ବଢ଼ିବାରେ ଲାଗିଲା

ମୋର ବାହୁବନ୍ଧନ ରେ, 

     ଆବଦ୍ଧ ହେବାକୁ ସେ ଥିଲା ଆତୁରl

ତା ଦେହ ର ଯୌବନ ଆଉ 

     ତାର କଜ୍ଜ୍ଵଳ ପିନ୍ଧା ନୟନ ଯୁଗଳର 

ଢଳ ଢଳ ଚାହାଣି

ମତେ କରୁଥିଲା ଲାଳାୟିତ ଓ ଆପ୍ୟାୟିତ


ମୋର ସୁପ୍ତ ପ୍ରାୟ ପୌରୁଷତ୍ବ ଜାଗ୍ରତ ହେବାର ଫିରାକ ରେ ଥାଏ

ଆଉ ବାରମ୍ବାର ମତେ ଉସକାଉ ଥାଏ 

ସେଇ ବେଶ୍ୟା କୁ ମନଭରି ଉପଭୋଗ କରିବାକୁ, 

ତାର ତାଜା ତାଜା ଯୌବନ ଭରା ଦେହ ର ପ୍ରତିଟି ଅଙ୍ଗ କୁ 

    ନିଜର କରିନେବାକୁ

ମନେ ହେଉଥିଲା ଯେମିତି , 

ମୁଁ ବିଶ୍ୱାମିତ୍ର ଆଉ ସିଏ ମେନକା

ମୋ ତପସ୍ୟା ଭଗ୍ନ କରିବାକୁ ସେ ବଦ୍ଧପରିକର


ବିଶ୍ୱାମିତ୍ରଙ୍କର ତପସ୍ୟା ଭାଙ୍ଗିଥିଲା ନିଶ୍ଚୟ 

ହେଲେ ମୁଁ ଥିଲି 

ହିମାଳୟ ପରି ଶିଥିଳ, ଅଚଳ, ଅଟଳ

ମୋ ତପସ୍ୟା ଭାଙ୍ଗିବା ପରି ଶକ୍ତି 

ନା ତାର ସେଇ ତାଜା ଯୌବନ ରେ ଥିଲା

ନା ମୋ ପୌରୁଷତ୍ବ ରେ

ଜୀବନ ସାରା ସଚୋଟ ହେବାର ତପସ୍ୟା କୁ 

ଭାଙ୍ଗିବାର ପ୍ରୟାସ 

ବିଫଳ ହେଲା ଫାଇଲ ତଳେ ଥିବା 

ସେଇ କେତେଟା ଖଡଖଡ଼ିଆ ୨ହାଜର ଟଙ୍କିଆ ନୋଟର


ସେଇ ଲାଞ୍ଚ ପଇସା ବେଶ୍ୟା ନୁହେଁ ତ ଆଉ କଣ

ଆଜି ୟା ପାଖରେ ତ କାଲି ତ ପାଖରେ

କ୍ଷଣୀକ ପାଇଁ ରଙ୍ଗୀନ ନିଶ୍ଚୟ ଲାଗେ

ହେଲେ କାଳ କାଳ କୁ ବ୍ୟକ୍ତିତ୍ବ ରେ 

କଳିମା ଦେଇଯାଏ

ଯେମିତି ବେଶ୍ୟା ଦେଇଯାଏ 

    " ନଷ୍ଟ ଚରିତ୍ର " ର କାଳିମା 

ସେମିତି ସିଏ ଦେଇଯାଏ 

    "ଲାଞ୍ଚୁଆ " ର କଳିମା

ସାବଧାନ ଥାଅ ସଚୋଟ ଯୁବକ

ଯୌବନ ର ଲୋଭ ଦେଖାଇ ସେଇ ବେଶ୍ୟା 

କେତେବେଳେ ଯେ ତୁମ ଶଯ୍ୟାସଙ୍ଗିନୀ ସାଜିଯିବ

ସେଇ ରାତିଟା ତମେ ସ୍ୱର୍ଗ ସୁଖ ପାଇବ ନିଶ୍ଚୟ 

ହେଲେ ରାତି ପହିଲା ବେଳକୁ

ସେ ଥିବ ଆଉ କାହା ପକେଟ ରେ

ଆଉ ତମ ପାଖେ ଥିବ ଖାଲି

"ଲାଞ୍ଚୁଆ " ର ଉପାଧି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from MANAS RANJAN GOCHHAYAT

Similar oriya poem from Abstract